ଭୁବନେଶ୍ଵର : ଆଜି ରାଜ୍ୟ ସୂଚନା ଆୟୋଗ ନିକଟରେ ସୂଚନା ଅଧିକାର ଆଇନ, ୨୦୦୫ ର ଧାରା ୧୯(୧) ର ଅନୁସରଣ ନ କରିଥିବା ଅଭିଯୋଗରେ ସମବାୟ ନିବନ୍ଧକ, ଓଡ଼ିଶାଙ୍କ ଅଧୀନସ୍ଥ କାର୍ଯ୍ୟାଳୟର ସଂଯୁକ୍ତ ସମବାୟ ନିବନ୍ଧକ (JRCS) ଶ୍ରୀ ପ୍ରମୋଦ କୁମାର ସାହୁଙ୍କ ବିରୋଧରେ ଏକ ଅଭିଯୋଗ RTI କମିସନ ପାଖରେ ଦାଖଲ କରାଯାଇଛି। RTI ଆଇନ ସମ୍ପର୍କରେ ପ୍ରୟାପ୍ତ ଜ୍ଞାନ ଓ ଅଭିଜ୍ଞତା ନଥିବା ଏକ ବ୍ୟକ୍ତିଙ୍କୁ JRCS ଭଳି ଆଇନଗତ ଓ ସଂବିଧାନିକ ଦାୟିତ୍ୱ ଅର୍ପଣ କରାଯିବା ଉପରେ ଗୁରୁତର ଆଇନଗତ ପ୍ରଶ୍ନ ଉଠା ଯାଇଥିବା ଜଣା ପଡିଛି ।

ସୁଚନା ଅନୁସାରେ ଶ୍ରୀ ପ୍ରମୋଦ କୁମାର ସାହୁ JRCS ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁସାରେ ଲୁଚିଗଲେ ବୋଲି ଗୁରୁତର ଅଭିଯୋଗ କରିଛନ୍ତି ନିଖିଳ ଓଡ଼ିଶା ସମବାୟ ବିତ ସଂଘ ର ଅଧକ୍ଷ ଶ୍ରୀ ରଞ୍ଜନ କୁମାର ଦାସ । JRCSଙ୍କ ପକ୍ଷରୁ ଘଟିଥିବା ଅକାରଣ ନିଷ୍କ୍ରିୟତା, RTI ଆବେଦନ ଓ ଅପିଲ ମାମଲାରେ ପାରଦର୍ଶିତାର ଅଭାବ ଯୋଗୁ ଏହା ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ଶ୍ରୀ ଦାସ । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ତୁରନ୍ତ ତାଙ୍କ ପଦବୀ ରୁ ବହିଷ୍କୃତ କରିବା ପାଇଁ ଶ୍ରୀ ଦାସ ସମବାୟ ନିବନ୍ଧକ, ଓଡ଼ିଶା ଙ୍କ ଠାରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ ତୁରନ୍ତ ତଦନ୍ତ କରି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଉଛି । ଓଡ଼ିଶାର ସାଧାରଣ ଜନତା ସୂଚନା ଅଧିକାର ଆଇନ ଅନୁଯାୟୀ ଦାୟିତ୍ୱବୋଧ, ପାରଦର୍ଶିତା ଓ ଆଇନଗତ କାର୍ଯ୍ୟନୁଷ୍ଠାନ କଣ ହୋଉଛି ତାହା ଏବେ ସମସ୍ତଂକ ନଜର ।
