ଭୁବନେଶ୍ୱର:ଦୀର୍ଘ ବର୍ଷ ଧରି ପ୍ରମୋସନ ପାଇବାରୁ ବଞ୍ଚିତ ରହିଥିବା କେତେକ ଅଫିସରଙ୍କୁ ଏବେ ଡବଲ ପ୍ରମୋସନ ମିଳିଛି । ଏହା ସଂପର୍କିତ ଗେଜେଟ୍ ନୋଟିଫିକେସନ ମଧ୍ୟ ଜାରି ହୋଇଛି । କିନ୍ତୁ ଏହି ପ୍ରକ୍ରିୟାରେ ସ୍ପଷ୍ଟତା ଓ ପାରଦର୍ଶିତାର ଭୟଙ୍କର ଅଭାବ ଦେଖାଯାଉଛି ।ଯେଉଁ ସବୁ ସ୍ଥାନରେ ନୂଆ ପଦବୀ (ପୋଷ୍ଟ) ସୃଷ୍ଟି କରାଗଲା, ସେଥିପାଇଁ କାହାକୁ ମଧ୍ୟ ଆଧିକାରିକ ଭାବେ ସୂଚିତ କରାଯାଇନାହିଁ । ସମସ୍ତ ପ୍ରକ୍ରିୟା “ବାବୁଙ୍କ ଟେବୁଲ୍ ତଳେ” ହୋଇଯାଇଥିବା ଭଳି ଲାଗୁଛି, ଯାହା ଗଭୀର ସନ୍ଦେହ ସୃଷ୍ଟି କରୁଛି ।ସମବାୟ ବିଭାଗ ଗଠନ ହେବା ଦିନଠାରୁ ARCS ହେଉଛନ୍ତି ପ୍ରଥମ ସମବାୟ ପ୍ରଶାସନିକ ଅଧିକାରୀ । ରାଜ୍ୟ ରାଜଧାନୀରେ ARCS ଙ୍କର ଦାୟିତ୍ୱ ଓ କାର୍ଯ୍ୟଭାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 1962 ର ସମବାୟ ଆଇନକୁ ତର୍ଜମା କଲେ ARCS ଙ୍କ କାର୍ଯ୍ୟଧାରା ସ୍ପଷ୍ଟ ଭାବେ ବୁଝିହୁଏ ।କିନ୍ତୁ ନୂଆ ଆଇନ ଅନୁଯାୟୀ ଭୁବନେଶ୍ୱରରେ ଗୋଟିଏ Sr. ARCS ପଦବୀ ସୃଷ୍ଟି କରାଯାଇଛି । ପ୍ରଶ୍ନ ହେଉଛି –ସେହି Sr. ARCS ପଦବୀର ବାସ୍ତବ କାର୍ଯ୍ୟ କଣ?RCS ଅଫିସରେ ARCS (Credit) ପଦବୀ କେମିତି ଓ କେଉଁ ଆଇନ ଆଧାରରେ ସୃଷ୍ଟି ହେଲା?ସେ ଆଇନ କିଏ ତିଆରି କଲା ଏବଂ କାହା ସ୍ୱାର୍ଥ ପାଇଁ?କାହାର ଲାଭ ପାଇଁ ARCS (Credit) ପୋଷ୍ଟ ସୃଷ୍ଟି କରାଗଲା?ଏହା ସ୍ପଷ୍ଟ ଯେ ସମଗ୍ର ପ୍ରକ୍ରିୟାରେ ପାରଦର୍ଶିତା, ଆଇନଗତ ସଠିକତା ଓ ନୀତିଗତ ଦାୟିତ୍ୱର ଅଭାବ ରହିଛି ।ଏହି ଅନ୍ୟାୟ, ଅନିୟମିତତା ଓ ସ୍ୱାର୍ଥପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ବିରୁଦ୍ଧରେ ଖୁବ ଶୀଘ୍ର ମାନ୍ୟବର ହାଇକୋର୍ଟରେ ଆଇନଗତ ସଂଗ୍ରାମ ଆରମ୍ଭ ହେବ ।ସମବାୟ ବିଭାଗକୁ ପୈତୃକ ସମ୍ପତି ଭାବେ ବ୍ୟବହାର କରିବାର ମନୋଭାବକୁ ଆଉ ସହାଯିବ ନାହିଁ ।ନ୍ୟାୟ, ସତ୍ୟ ଓ ପାରଦର୍ଶିତା ପାଇଁ ଲଢ଼େଇ ଚାଲିବ ।
