ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସରକାରଙ୍କ ବରିଷ୍ଟ ବିଧାୟକ ଓ ବର୍ତ୍ତମାନର ସମବାୟ ଏବଂ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯାଜପୁର ଜିଲ୍ଲାର ଗର୍ବ ଓ ଗୌରବ । ଯାଜପୁର ଜିଲ୍ଲାବାସୀ ତାଙ୍କୁ ନେଇ ଗର୍ବିତ ।କିନ୍ତୁ ଦୁଃଖଦ ବିଷୟ ହେଉଛି—RCS Letter No. 2855, ତାରିଖ 03/07/2025 ଅନୁଯାୟୀ ଯାଜପୁର ଜିଲ୍ଲାର 30ଟି ପ୍ରାଥମିକ ସମବାୟ ସମିତି ପାଇଁ ଗୋଦାମ ଘର ନିର୍ମାଣ ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ମଞ୍ଜୁରି ହୋଇଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଏ କୋଟି କୋଟି ଟଙ୍କା ର କାମ ଠିକ୍ଭାବେ ଆରମ୍ଭ ହୋଇପାରିନାହିଁ ।କେଉଁଠି ବିଧାୟକମାନେ କାମ କରାଇ ଦେଉନାହାନ୍ତି, ତ ଆଉ କେଉଁଠି ଅକ୍ଷମ ଓ ନିକମା ପ୍ରଶାସନିକ ଅଧିକାରୀ (BDO/ଅଧିକାରୀ) ଦାୟୀ ।ଯଦି ଖୋଦ୍ ସମବାୟ ମନ୍ତ୍ରୀଙ୍କ ନିଜ ଜିଲ୍ଲା ଯାଜପୁରରେ ଏଭଳି ଭାବେ ଟଙ୍କା ପଡ଼ି ରହୁଛି ଓ କାମ ହେଉନାହିଁ, ତେବେ ସାରା ଓଡ଼ିଶାରେ ସମବାୟର ଅବସ୍ଥା କେମିତି ଥିବ—ସାଧାରଣ ଲୋକେ ନିଜେ ଅନୁମାନ କରିପାରିବେ ।ଏହି ପରି ପ୍ରେଖି ରେ ଓଡ଼ିଶାକୁ ଆସୁଛନ୍ତି ଦେଶର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା । ସମଗ୍ର ଭାରତବର୍ଷକୁ ସମବାୟର ଦିଗଦର୍ଶନ ଦେଉଥିବା ଏହି ନେତୃତ୍ୱ ନିଜେ ଅନୁଭବ କରିବା ଉଚିତ୍—ସମବାୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ସମବାୟ ବ୍ୟବସ୍ଥା ଆଜି “କୋମା”ରେ କାହିଁକି ଅଛି ?ବିଶେଷକରି ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାଥମିକ ସମବାୟ ସମିତିଗୁଡ଼ିକ ପାଇଁ ମଞ୍ଜୁରି ହୋଇଥିବା ଟଙ୍କା କାହିଁକି ଖର୍ଚ୍ଚ ହୋଇପାରୁନାହିଁ—ଏହା ଆଜି ସାର୍ବଜନିକ ପ୍ରଶ୍ନ ହୋଇଯାଇଛି ।ଏହି ସମସ୍ୟାକୁ କୁ ନିଖିଳ ଉତ୍କଳ ସମବାୟ ବିତ ସଂଘ ପକ୍ଷରୁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯିବ ।ଏହି ସୂଚନା ସଂଘର ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ଦାସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।
