ଭୁବନେଶ୍ୱର:ଆଜି ଦେବଯୁଗ ବ୍ରହ୍ମବିନ୍ଦୁ ମାରାଥନ ଅନୁଷ୍ଠିତ ହୋଉଯାଇଛି l ସକାଳ ୭:୩୦ ରୁ ଫରେଷ୍ଟ ପାର୍କ ଠାରୁ ରଥରୋଡ୍ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇ ପୁନଶ୍ଚ ସେଠାରୁ ଫରେଷ୍ଟ ପାର୍କ ପର୍ଯ୍ୟନ୍ତ ଏହି ମାରାଥନ ରେ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ପ୍ରତିଯୋଗୀ ଦୌଡ଼ି ଥିଲେ l ସୁନ୍ଦର ସ୍ୱାସ୍ଥ୍ୟ, ମାନବତା, ସୁସ୍ଥତା ଏବଂ ରକ୍ତଦାନ ସଚେତନତା ପାଇଁ ଏହି ମାରାଥନ ଆୟୋଜନ କରାଯାଇଛି। ରକ୍ତଦାନ ମହତ ଦାନ l ରକ୍ତ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିବ lରକ୍ତ ଆମ ପାଇଁ ଅନେକ ମୂଲ୍ୟ ବହନ କରେ l ଏହି ରକ୍ତ ପାଇଁ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି l ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ରକ୍ତକୁ ଆମେ କେହି କୌଣସି ଉପାୟରେ ପ୍ରସ୍ତୁତ କରିପାରିବl ନାହିଁ l ନା କୌଣସି ଶିଳ୍ପ କଳ କାରଖାନା ନା କୌଣସି ପ୍ରଣାଳୀରେ ରକ୍ତ ପ୍ରସ୍ତୁତ ହୋଇ ପାରିବ l କେବଳ ନିଜସ୍ୱ ଶରୀରରେ ହିଁ ତିଆରି ହୋଇ ପାରିବ l ରକ୍ତର ଆବଶ୍ୟକତା କେବଳ ରକ୍ତଦାନ କରି ପୀଡିତକୁ ଦାନ କରାଯାଇ ପୂରଣ କରା ଯାଇ ପାରିବ l ରକ୍ତ ଯୋଗାଣ କୁ ଏକ ଆପ ମାଧ୍ୟମରେ ସୁବନ୍ଦୋବସ୍ତ କରିହେବ l ଏହି ଆପ ମାଧ୍ୟମରେ ରକ୍ତଦାନ ପାଇଁ ଇଛୁକ ହଜାର ହଜାର ରକ୍ତଦାତାଙ୍କ ବ୍ଲଡ଼ ଗ୍ରୁପ ରକ୍ତଦାନ କରିଥିବା ତାରିଖ, ଯୋଗାଯୋଗ ଠିକଣା ସହ ମୋବାଇଲ ନମ୍ବର ସମସ୍ତ ତଥ୍ୟ ସେହି ଅlପରେ ଉପଲବ୍ଧ ହେବ l ଯେ କୌଣସି ପୀଡିତଙ୍କର ରକ୍ତର ଆବଶ୍ୟକ ପଡିବ ସେ ସେହି ଆପ ମାଧ୍ୟମରେ ରକ୍ତଦାତା ଓ ରକ୍ତର ଉପଲବ୍ଧତା ନେଇ ସୂଚନା ମିଳିଲେ ତାଙ୍କୁ ଯୋଗାଯୋଗ କରି ରକ୍ତ ଯୋଗାଇ ଦିଆଯିବ l ପ୍ରଥମେ ଭୁବନେଶ୍ୱର, କଟକ, ପୁରୀ ରେ ଏହି ସୁବିଧା ଆରମ୍ବ ହୋଇ ଆସ୍ତେ ଆସ୍ତେ ସାରା ରାଜ୍ୟରେ ଏହାର ଉପଲବ୍ଧତା କରାଯିବ ବୋଲି ମୁଖ୍ୟ ଉଦ୍ୟକ୍ତା ଶ୍ରୀ ଦେବବ୍ରତ ନାୟକ କହିଛନ୍ତି l ଆଜିର କାର୍ଯ୍ୟକ୍ରମ ରେ ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ,ଆଇ ପି ଏସ ସୌମେନ୍ଦ୍ର ପ୍ରିୟଦର୍ଶୀ, ଦୌଡରାଣୀ ଦୁତି ଚାନ୍ଦ,ବରିଷ୍ଠ ନେତା ସୁରେଶ ରାଉତରାୟ, , ଅଲଟ୍ରେଡ଼ କଂସ ଟ୍ରା କ୍ସନ ମୁଖ୍ୟ ଅଂଶୁମାନ ପଟନାୟକ,ଯୁବ ସମାଜସେବୀ ସଂଗ୍ରାମ ପାଇକରାୟ, ଭୁବନେଶ୍ୱର ଲୋକସଭା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ, ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ,କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସତ୍ୟବ୍ରତ ପରିଜା, ଦୂରଦର୍ଶୀ ସମ୍ପାଦକ ଦୁର୍ଗା ସାମନ୍ତରାୟ, ଅଥଲେଟିକ ଆସୋସେସନ ଉପାଧକ୍ଷ ରାଧାନାଥ ମହାପାତ୍ର, ପ୍ରସିଦ୍ଧ ଚିକିତ୍ସକ ଡ଼ଃ ଏସ ଏନ ସ୍ୱାଇଁ, ଆଡ଼ଭୋକେଟ ରାଜକିଶୋର ଦାସ, ସାମାଜିକ କର୍ମୀ ମୀରା ପରିଡା,ଆଦି ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ମେଡାଲ ପ୍ରଦାନ କରିଥିଲେ l ଅଲଟ୍ରେଡ଼ କନଷ୍ଟ୍ରକ୍ସନ ମୁଖ୍ୟ ଅଂଶୁମାନ ପଟନାୟକ କାର୍ଯ୍ୟକ୍ରମ ରେ ଅଂଶବିଶେଷ ହୋଇ ଖୁସି ବ୍ୟକ୍ତ କରିଥିଲେ l ଏହି ଅବସରରେ, ଦେବଯୁଗ ବ୍ରହ୍ମ ବିନ୍ଦୁ ମୋବାଇଲ୍ ଆପ୍ଲିକେସନ୍ ମଧ୍ୟ ଲଞ୍ଚ କରl ଯାଇଥିଲା l, ଏହା ଏକ ଅନଲାଇନ୍ ରକ୍ତଦାତା ପ୍ଲାଟଫର୍ମ ଯାହା ରକ୍ତ ଦାତା ଏବଂ ରୋଗୀଙ୍କୁ ସମୟୋଚିତ ଜୀବନ ରକ୍ଷାକାରୀ ସହାୟତା ପାଇଁ ସଂଯୋଗ କରିବା ହେତୁ ଡିଜାଇନ୍ କରାଯାଇଛି। ସମାପନୀ ସମାରୋହ ସକାଳ 9:00 ଟାରେ ଫରେଷ୍ଟ ପାର୍କରେ ଅନୁଷ୍ଠିତ ହୋଇ ଥିଲା l ଏହି ଅବସରରେ ମାରାଥନର ସମସ୍ତ ଅଂଶ ଗ୍ରହଣ କାରି ଙ୍କୁ ମେଡାଲ ପିନ୍ଧାଇ ସମ୍ମାନିତ କରାଯାଇଥିଲା lସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶା ର ସୁନାମ ଧନ୍ୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଭୋର ପ୍ରାୟ 6ଟାରୁ ପ୍ରଥମେ ମ୍ୟୁଜିକାଲ ଫ୍ୟୁଜନ ଜୁମ୍ବା ଆରମ୍ଭ ହୋଇ ଶାରୀରିକ ବ୍ୟାୟାମ ସହିତ ସଂଗୀତର ସମ୍ମିଶ୍ରଣ କାର୍ଯ୍ୟକ୍ରମ କୁ ସମସ୍ତେ ଉପଭୋଗ କରିଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟକ୍ତା ଦେବବ୍ରତ ନାୟକଙ୍କଏହି ମହତ ପଦକ୍ଷେପକୁ ଉପସ୍ଥିତ ଅତିଥିଙ୍କ ଠୁ ଆରମ୍ଭ କରି ପ୍ରତିଯୋଗୀ ସମସ୍ତେ ପ୍ରଶଂସା ସହ ଧନ୍ୟବାଦ ଦେଇଥିଲେ l
