ଭୁବନେଶ୍ୱର: ଭୁବନେଶ୍ୱରରୁ ଜବତ ହୋଇଛି ୬ଟି ବନ୍ଧୁକ । ବିହାରରୁ ଅଣାଯାଇଥିଲା ବନ୍ଧୁକ। ଭୁବନେଶ୍ବରରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଲା କମିଶନରେଟ୍ ପୁଲିସର ସ୍ପେଶାଲ ୟୁନିଟ୍ । ଏହି ଘଟଣାରେ ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଛି । ତେବେ ଗିରଫ ଅଭିଯୁକ୍ତ ହେଲା ମନୋଜ କୁମାର ମଲ୍ଲିକ ଓ ଘର ଯାଜପୁର ଜିଲ୍ଲାରେ। ତା ପାଖରୁ ୬ଟି ସେମି ଅଟୋମେଟିକ୍ ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି, ମୋବାଇଲ, ନଗଦ ୫ଶହ ଟଙ୍କା ଓ ବାଇକ ଜବତ ହୋଇଛି । ସୂଚନା ମୁତାବକ, ରାଜଧାନୀରେ ବନ୍ଧୁକ କାରବାର ନେଇ ପୂର୍ବରୁ ସୁରକ ମିଳିଥିଲା । ଖବର ପାଇ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଛଢ଼ାଉ କରି ବେପାରୀକୁ ଧରିବାରେ ସଫଳ ହୋଇଥିଲା । ବେପାରୀ ଜଣକ ଭୁବନେଶ୍ୱର ସମେତ ଅନ୍ୟ କେଉଁ ଅଞ୍ଚଳରେ କାରବାର କରୁଥିଲେ ସେ ନେଇ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।
