ଭୁବନେଶ୍ୱର: ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି । ଖେଳକୁଦ ଭଳି ଆଉଟ୍ ଡୋର୍ ଆକ୍ଟିଭିଟି ଅପରାହ୍ଣ ସମୟରେ ନ କରିବାକୁ କୁହାଯାଉଛି । ଯଦି ଆଉଟଡୋର ଆକ୍ଟିଭିଟି ଅପରିହାର୍ଯ୍ୟ ତେବେ ଉପଯୁକ୍ତ ପଦକ୍ଷେପ ସହ ଆଉଟ ଡୋର୍ ଆକ୍ଟିଭିଟି କରାଯାଉ । ନିରବଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ କ୍ଲାସରୁମ, ହଷ୍ଟେଲ ଓ ପରୀକ୍ଷା କେନ୍ଦ୍ରରେ ଆବଶ୍ୟକ ORS ରଖିବାକୁ କୁହାଯାଇଛି । କ୍ୟାମ୍ପସରେ ପିଇବା ପାଣି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଟ୍ୟୁବ୍ ୱେଲ କିମ୍ବା ପିଇବା ପାଣି ବ୍ୟବସ୍ଥା କାମ କରୁ ନଥିଲେ ତୁରନ୍ତ ମରାମତି କରିବାକୁ କହିଛି ଉଚ୍ଚ ଶିକ୍ଷା ବିଭାଗ । କଲେଜ ଓ ପରୀକ୍ଷା କେନ୍ଦ୍ର ଫଷ୍ଟ ଏଡ୍ ସୁବିଧା ପ୍ରସ୍ତୁତ କରି ରଖିବା ଏବଂ ଅନୁଷ୍ଠାନଗୁଡିକ ଛାତ୍ରଛାତ୍ରୀ, ଫାକଲ୍ଟି ଓ ଷ୍ଟାଫଙ୍କୁ ସଚେତନ କରିବାକୁ ଏସଓପିରେ କୁହାଯାଇଛି ।
