କୋଲକାତା: ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ ବିନିମୟରେ ୧୯୫ ରନ କରିଥିଲା । ରୋଷ୍ଠନ ଚେଜ ୪୦ ଓ ଜାସନ ହୋଲ୍ଡର ଅପରାଜିତ ୩୭ ରନ କରିଥିଲେ । ଯଶପ୍ରୀତ ବୁମରାହ ଭାରତ ପକ୍ଷରୁ ୨ଟି ୱିକେଟ ନେଇଥିଲେ । ୧୯୬ ରନର ଲକ୍ଷ୍ୟକୁ ପିଛା କରି ଭାରତ ଦୁଇ ଓପନର ଅଭିଷେକ ଶର୍ମା ଓ ଈଶାନ କିଶାନଙ୍କୁ ହରାଇଥିଲ । ଉଭୟ ୧୦ ରନ ଲେଖାଏଁ କରିଥିଲେ ।ସଞ୍ଜୁ କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ସହ ୩୫ ବଲରେ ୫୮, ତିଳକ ବର୍ମାଙ୍କ ସହ ୪୨, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୩୮ ଓ ଶିବମ ଦୁବେଙ୍କ ସହ ଅପରାଜିତ ୨୦ ରନ ଯୋଗ କରିଥିଲେ । ସେ ୫୦ ବଲରେ ୧୨ ଚୌକା, ୪ଛକା ସହାୟତାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୯୭ ରନ କରି ଅପରାଜିତ ରହିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ସଞ୍ଜୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ lସେମିଫାଇନାଲ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ।
