ନୂଆଦିଲ୍ଲୀ:ଗତ ବର୍ଷ ଡିସେମ୍ବରରେ ଇଣ୍ଡିଗୋ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା। ହଜାର ହଜାର ଉଡ଼ାଣ ବିଳମ୍ବିତ ଏବଂ ବାତିଲ ହୋଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କୁ ବହୁତ ଅସୁବିଧାରେ ସାମ୍ନା କରିବାକୁ ପଡ଼ିଥିଲା। ଏହି ମାମଲାରେ DGCAର ତଦନ୍ତ ରିପୋର୍ଟ ଏବେ ପ୍ରକାଶ ପାଇଛି। ଏୟାରଲାଇନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି ଡିଜିସିଏ। ଏୟାରଲାଇନର ସିଇଓଙ୍କୁ ଓ ସିଓଓ ଙ୍କୁ ଏକ ଚେତାବନୀ ଜାରି କରାଯାଇଛି। ଏବଂ SVP (OCC)ଙ୍କୁ ପରିଚାଳନାଗତ ଦାୟିତ୍ୱରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ, DGCA ଉଡ଼ାଣରେ ଗୁରୁତ୍ୱପୂର୍ଣ୍ଣ ବାଧା ପାଇଁ ଇଣ୍ଡିଗୋ ଉପରେ ₹୨୨.୨ କୋଟି ଟଙ୍କାର ଜରିମାନା ଲଗାଇଛି।ଡିଜିସିଏ ତଦନ୍ତ ରିପୋର୍ଟରେ ସଫ୍ଟୱେର୍ ଏବଂ ପରିଚାଳନାରେ ଗମ୍ଭୀର ତ୍ରୁଟି ବିଷୟରେ ଉଲ୍ଲେଖ କରାଯାଇଛି। କ୍ରୁ ଉପରେ ଅତ୍ୟଧିକ ଚାପ ପକାଇଥିବା, ଅଧିକ ଡ୍ୟୁଟି କରାଇବା ଆଦି ରିପୋର୍ଟରେ କୁହାଯାଇଛି। ଡେଡ୍-ହେଡିଂ, ଟେଲ୍ ସ୍ୱାପ୍ ଏବଂ ଲମ୍ବା ଡ୍ୟୁଟି ଆୱାର ଆଦି ସମସ୍ୟା ଦର୍ଶାଇଯାଇଛି।
