ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେତୁ ଚାଷୀ ମାନେ ଶାଗ ମାଛ ଦରରେ ବେପାରୀ ଙ୍କୁ ଧାନ ବିକ୍ରୀ ଆରମ୍ଭ କରିଛନ୍ତି । ଆନ୍ଧ୍ର ପ୍ରଦେଶ ର ବେପାରୀ ସ୍ଥାନୀୟ ଅଞ୍ଚଳର ଦଲାଲ ମାନଙ୍କୁ ହାତ କରି ଧାନ କିଣି ନେଉଥିବା ଜଣା ପଡିଛି । ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା ।ଅନ୍ୟପଟେ ଧାନ ସଂଗ୍ରହ ପୂର୍ବରୁ ମିଲର୍ସ ଗୋଦାମରେ ଧାନ ଭର୍ତ୍ତି। କୋଉଠୁ ଆସିଲା ଧାନ ? ତାହା ତଦନ୍ତ ସାପେଖ୍ୟ। ଅଭିଯୋଗ ପରେ କାର୍ଯାନୁଷ୍ଠାନ ଶୂନ । ସେପଟେ ଚାଷୀ ଧାନକୁ ବସ୍ତାରେ ରଖି ଅପେକ୍ଷା କରିଛି, କେବେ ଖୋଲିବ ମଣ୍ଡି ? ସେ ବିକିବ ଧାନ !ପ୍ରଚାର ପ୍ରସାର ରେ ଡବଲ ଇଞ୍ଜିନ ସରକାର ବହୁ ଆଗରେ କିନ୍ତୁ କାର୍ଯ୍ୟ ରେ ବହୁ ପଛରେ !ଜିଲ୍ଲାର ବେଗୁନିଆ, ବୋଲଗଡ଼, ବାଣପୁର, ବାଲୁଗାଁ, ଚିଲିକା ଓ ଜଟଣୀ ଆଦି ଅଞ୍ଚଳରେ ଚାଷୀ ଆଗୁଆ ଧାନ ବିକ୍ରୀ କରୁଥିବା ଖବର ଆମର ହସ୍ତଗତ ହୋଇଛି। କଟନି-ଛଟନି, ମଣ୍ଡି ରେ ଧାନ ଧରି ଶୀତ କାକର ରେ ଦିବା ରାତ୍ର ଅପେକ୍ଷା କରିବା ଅପେକ୍ଷା କମଦାମ ରେ ଧାନ ବିକ୍ରୀ କରିଦେବାକୁ ଚାଷୀ ଉଚିତ ମଣୁଥିବା ଜଣାପଡିଛି । ୧୮୦୦ ଟଙ୍କାରେ ଧାନ ବିକ୍ରୀ କରୁଛନ୍ତି ଚାଷୀ। ତୁରନ୍ତ ଧାନ ମଣ୍ଡି ଖୋଲିବା ପାଇଁ ବିଭିନ୍ନ ଚାଷୀ ସଂଗଠନ ଦାବୀ କରିଛି ।ଅନ୍ୟ ପକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ କହିଛନ୍ତି, ଜିଲ୍ଲାରେ ଆସନ୍ତା ୭ ତାରିଖରୁ ଧାନ କିଣାବିକା ନେଇ ପୂର୍ବ ଧାନ କିଣା ବୈଠକରେ ନିଷ୍ପତ୍ତି ନିଆ ଯାଇଛି। ସମସ୍ତ ପାକ୍ସରେ ଧାନ ସଂଗ୍ରହ କରାଯିବ। ମଣ୍ଡିରେ ସ୍ବଚ୍ଛତା, ଦଲାଲ ଓ ଅସାଧୁ ବ୍ୟକ୍ତିଙ୍କୁ ଦୂରେଇ ରଖିବା ପାଇଁ ତାଗିଦ୍ ମଧ୍ୟ କରାଯାଇଛି।ଅନିୟମିତତା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
