ଭୁବନେଶ୍ୱର, ତା ୨/୧(ସସ)ରାଜ୍ୟର ଆଇନ ସମସ୍ତଙ୍କ ପାଇଁ ସମାନ — କିନ୍ତୁ ଏହି ଫଟୋ ଦେଖିଲେ ପ୍ରଶ୍ନ ଉଠୁଛି,
ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ପାଇଁ ଆଇନ କଣ ଅଲଗା କି ?
ନୂଆ ବର୍ଷ ଆରମ୍ଭ ହେଉଥିବା ସମୟରେ ଯୋଗାଣ ମନ୍ତ୍ରୀ ଖୋଲା ଜିପ୍ରେ, ବିନା ସିଟ୍ବେଲ୍ଟ ଯାତ୍ରା କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।ସାଧାରଣ ଲୋକ ଯଦି ଏଭଳି ନିୟମ ଉଲ୍ଲଂଘନ କରନ୍ତି, ତେବେ ସାଙ୍ଗେସାଙ୍ଗେ ଚାଲାଣ କଟାଯାଏ।
କିନ୍ତୁ ପ୍ରଶ୍ନ ହେଉଛି —
ମୁଁ ମନ୍ତ୍ରୀ, ତେଣୁ ମୋ ପାଇଁ ନିୟମ ନାହିଁ କି ?
ଡ୍ରାଇଭର ଓ ମନ୍ତ୍ରୀ ଦୁହେଁ ସିଟ୍ବେଲ୍ଟ ନ ପିନ୍ଧିଲେ ବି କାହାର ଚାଲାଣ କଟିବ ନାହିଁ କି ?
ନୂଆ ବର୍ଷରେ ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିର ଚାଲାଣ କେବେ କଟିବ ?
ନା କି ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ?
ନିୟମ ଉପରେ ନିୟମ, ଆଇନ ଉପରେ ଆଇନ —
କିନ୍ତୁ ମାନ୍ୟବର ମନ୍ତ୍ରୀ ଆଇନକୁ ଖୋଲା ଜିପ୍ରେ ଯାଇ ଦଳି ଦେଲେ କି ?
ଫଟୋ ବି କଥା କହେ
