ଭୁବନେଶ୍ୱର:ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଏହାକୁ ମଧ୍ୟରେ ଲିଙ୍ଗରାଜ ମନ୍ଦିର ଭିତରେ ୨ ସେବାୟତ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧସ୍ତାଧସ୍ତି ସାଙ୍ଗକୁ ମାର୍ପିଟ୍ ପରିସ୍ଥିତିରୁ ଉତ୍ତେଜନା ଦେଖା ଦେଇଥିଲା। ନିଜ ଲୋକଙ୍କ ଦର୍ଶନକୁ ନେଇ ବିବାଦ ଓ ଉତ୍ତେଜନା ସୃଷ୍ଟି ହୋଇଥିବା ଜଣାପଡିଛି।ଏହା ପରେ ମହା ଶିବରାତ୍ରି ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ପୋଲିସ କର୍ମଚାରୀମାନେ ତୁରନ୍ତ ହସ୍ତକ୍ଷେପ କରି ଶାନ୍ତି ଫେରାଇ ଆଣିଛନ୍ତି। ସୂଚନା ଅନୁଯାୟୀ ହସ୍ତକ୍ଷେପ ସମୟରେ କିଛି ସେବାୟତ ଏବଂ ପୋଲିସ ମଧ୍ୟରେ ସାମାନ୍ୟ ସଂଘର୍ଷ ମଧ୍ୟ ହୋଇଥିଲା। ତଥାପି, କର୍ତ୍ତୃପକ୍ଷ ତୁରନ୍ତ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲେ।
