ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ଏଥର ସଅଳ ଉଠିଛି ମହାଦୀପ । ମହାଦୀପ ମନ୍ଦିର ଶିଖରକୁ ଉଠିବା ଆଗରୁ ଅନୁଷ୍ଠିତ ହୋଇଥିଲା ହରିହର ଭେଟ । ସ୍ୱତନ୍ତ୍ର ରୀତିନୀତି ସହ ଶ୍ରୀଲିଙ୍ଗରାଜଙ୍କ ସହ ଭେଟ ହୋଇଥିଲେ ଶ୍ରୀ ଅନନ୍ତ ବାସୁଦେବ। ଏହି ଦୁର୍ଲ୍ଲଭ ଦୃଶ୍ୟକୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ସେଠାରେ ଦ୍ୱୀପ ପ୍ରଜ୍ୱଳନ କରୁଥିବା ହଜାର ହଜାର ଶ୍ରଦ୍ଧାଳୁ । ରାତି ୧୦ଟାରେ ମହାଦୀପ ଉଠିବାର ସୂଚନା ଥିଲେ ବି ୮ଟା ୪୦ ମିନିଟରେ ମହାଦୀପ ଉଠିଥିଲା ।
