ଭୁବନେଶ୍ୱର: ଗୋଟିଏ ଦିନରେ ରାଜଧାନୀରୁ ୩ଜଣ ନାବାଳକ-ନାବାଳିକା ନିଖୋଜ । ନିଖୋଜଙ୍କ ଫଟୋ ସହ ପୋଷ୍ଟର ଜାରି କରିଛି ପୁଲିସ । ଏମାନଙ୍କୁ ନେଇ କିଛି ସୂଚନା ଦେଲେ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର ରାଶି । ନିଖୋଜ ନାବାଳିକା ହେଉଛନ୍ତି ସାଲିଆସାହି ତାରିଣୀ ନଗରର ସୁମିତ୍ରା ଦେହୁରୀ, ସାଲିଆ ସାହି ହାତିଆସୁଣୀର ଶୁଭଶ୍ରୀ ନାୟକ । ସେପଟେ ଶେଷଥର ପାଇଁ ଧଉଳି ପାହାଡ଼ ଉପରେ ଦେଖିବାକୁ ମିଳିଥିଲା ୧୨ ବର୍ଷୀୟ ପ୍ରଦ୍ୟୁମ୍ନ ପ୍ରଧାନଙ୍କୁ । ୩ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଥିବା ନେଇ ପୁଲିସ ଫଟୋ ଓ ପୋଷ୍ଟର ଜାରି କରିବା ସହ ସୋସିଆଲ ମିଡିଆର ପୋଷ୍ଟ କରିଛି ଏବଂ ଏହାକୁ ଅଧିକରୁ ଅଧିକ ସେୟାର କରିବା ପାଇଁ କୁହାଯାଇଛି ।
