ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଏସଓପି ନେଇ ବୈଠକ ଶେଷ। ଗଣତି ମଣତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ହସ୍ତଗତ ହୋଇଛି । ଗଣତି ମଣତି ନେଇ ୨ଟି ଟିମ୍ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଦୁଇଟି ଟିମ ହେଉଛି ତତ୍ତ୍ୱାବଧାରକ ଟିମ୍ ଓ କାର୍ଯ୍ୟବାହୀ ଟିମ୍ ଗଠନ କରାଯିବ । କେଉଁଦିନ ଠାରୁ ଗଣତି ମଣତି ହେବ ପରିଚାଳନା କମିଟି ସ୍ଥିର କରିବ । ଏହି ଦୁଇ ଟିମକୁ ମୁଖ୍ୟ ପ୍ରଶାସକ ଲିଡ୍ କରିବେ । ନୀତିବହୁଳ ଦିନମାନଙ୍କରେ ଗଣତି ମଣତି ହୋଇପାରିବ ନାହିଁ । ଆଜିଠୁ ନୀଳାଦ୍ରିବିଜେ ମଧ୍ୟରେ ୧୩୫ଦିନ ବାକି ରହିଛି । ମାତ୍ର ଏହି ୧୩୫ଦିନ ଭିତରୁ ୧୦୦ ଦିନ ଗଣତି ମଣତି ହୋଇପାରିବ ନାହିଁ । ଅନ୍ୟ ୧୫ଟି ଦିନରୁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଗଣତି ମଣତି ଦିନ ଧାର୍ଯ୍ୟ କରିବାକୁ ଏସଓପିରେ କୁହାଯାଇଛି । ଶନିବାର ଓ ରବିବାର ଭକ୍ତଙ୍କ ଗହଳି ଅଧିକ ହେଉଥିବାରୁ ଏହି ଦିନଗୁଡିକରେ ଗଣତି ମଣତି ହୋଇପାରିବ ନାହିଁ । ନୀଳାଦ୍ରି ବିଜେ ଭିତରେ ଗଣତି ମଣତି ପାଇଁ କେବଳ ୨୪ ଦିନ ମିଳିବ, ଗଣତି ମଣତିରେ ଏସବିଆଇ ପ୍ୟାନେଲଭୁକ୍ତ ୬ ବଣିଆଙ୍କୁ ସାମିଲ କରାଯିବ, ଜଣେ ଜେମୋଲୋଜିଷ୍ଟ ଓ ଆରବିଆଇର ୨ ଜଣ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ୨ ଜଣ ଏକ୍ସପର୍ଟ ଫଟୋଗ୍ରାଫର ସବୁ କିଛି ରେକର୍ଡିଂ କରିବେ, ସବୁକିଛି ଡିଜିଟାଇଜେସନ କରି ରଖାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ୧୯୭୮ ମସିହାରେ ହୋଇଥିବା ଗଣତି ମଣତି ବେଳେ ୭୨ ଦିନ ଲାଗିଥିଲା, ୧୯୭୮ ଗଣତି ମଣତି ସହ ମେଳକ କରାଯିବ, ଭାଲ୍ୟୁଏସନ କରାଯିବନି ।
