ଭୁବନେଶ୍ୱର:କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ସମବାୟ ବିଭାଗ ଦ୍ଵାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପର ସଫଳ ରୂପାୟନ ପାଇଁ ଅଧିଆକୃତ ନୋଡାଲ ଅଧିକାରୀ ମାନଙ୍କର ଗତ କାଲି ଏକ ପାକ୍ଷିକ ସମୀକ୍ଷା କରିଛନ୍ତି। ବୈଠକରେ, ବିକଶିତ ଓଡ଼ିଶା ୨୦୩୬ ର ଲକ୍ଷ୍ୟ ହାସଲ ଦିଗରେ ସମବାୟ ବିଭାଗର ସମସ୍ତ ଅଧିକାରୀ ଏକନିଷ୍ଠ ଭାବେ କାର୍ଯ୍ୟ କରିବାପାଇଁ କମିଶନର ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି କେନ୍ଦ୍ର ସରକାରଂକ ଦିଗ ଦର୍ଶନ ଗୁଡିକ ଠିକ ଭାବେ କାର୍ଯ୍ୟକାରି କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।ଏଥିରେ ସମବାୟ ନିବନ୍ଧକ , ଓଡ଼ିଶା ଓ ସମବାୟ ସମୀକ୍ଷକଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀ ଓ ସମସ୍ତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ।
