ଭୁବନେଶ୍ୱର::ସମବାୟ କୁ ଏକ ଜୀବନ୍ତ,ଏକ ପ୍ରଯୁକ୍ତିବିଦ୍ୟା ଆଧାରିତ ପାଇଁ ରାଜ୍ୟ ସମବାୟ ନୀତି -୨୦୨୬ ପ୍ରଣୟନ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି । କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷ ରୁ ଜାତୀୟ ସମବାୟ ନୀତି – ୨୦୨୫ ଗତ ବର୍ଷ ଜୁଲାଇ ମାସରେ ପ୍ରେରିତ ହେବା ପରେ ପ୍ରତ୍ୟେକ ରାଜ୍ୟ ରେ ସମବାୟ ନୀତି ପ୍ରସ୍ତୁତ ଲାଗି ପରାମର୍ଶ ଦିଆଯାଇଥିଲା । ସେହି ମର୍ମ ରେ ଆସନ୍ତା କାଲି ରାଜ୍ୟ ସରକାର କ୍ୟାବିନେଟ ରେ ପାସ କରିବା ପାଇଁ ପଦକ୍ଷେପ ନେଇଛନ୍ତି ।ବିଶେଷ କରି ପାକ୍ସ, ଲମ୍ପସ୍, ସମବାୟ ବ୍ୟାଙ୍କ ଓ ଗୃହ ନିର୍ମାଣ ସମବାୟ ସମିତି କୁ ସଶକ୍ତ କରିବା ପାଇଁ ପଦକ୍ଷେପ ନିଆଯାଉଛି ।ସମବାୟ ର ସାତ ଗୋଟି ନୀତି ଅଛି, ତାକୁ ଆଇନଗତ କରିବା ପାଇଁ ଏହି ନୁଆ ନୀତି କୁ ଗୁରୁତ୍ଵ ଦିଆ ଯାଇଛି ବୋଲି କୁହା ଯାଉଛି ।ସ୍ବଚ୍ଛତା, ଦାୟିତ୍ଵବୋଧତା,ଓ ସୁଶାସନ କରିବା, ସଦସ୍ୟ ଙ୍କ ଅଂଶ ଗ୍ରହଣ ଓ ଡିଜିଟାଲ ଯୋଗାଣ ବୃଦ୍ଧି ପାଈଁ ହୋଇଛି ବ୍ୟବସ୍ଥା । ସେହିପରି କୃଷି ଋଣ, କୃଷି ବ୍ୟବସାୟ ପାଇଁ ପେକ୍ସ କୁ ଦକ୍ଷ, ଓ ସ୍ୱଚ୍ଛ କରିବା ଉପରେ ଦିଆ ଯାଇଛି ଗୁରୁତ୍ଵ । ପୁରପଲ୍ଲୀ ରେ ସମବାୟ କୁ ସମ୍ପ୍ରସାରଣ ସହଜ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।
