ଭୁବନେଶ୍ୱର: ଓଡ଼ିଶା ସମବାୟ କ୍ଷେତ୍ର ପାଇଁ ଏକ ଐତିହାସିକ ଦିବସ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ମାନନୀୟ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ସ୍ଥିତ,ଇଡ଼କୋ ଏକଜିଭିସନ ଗ୍ରାଉଣ୍ଡ ରେ ଆୟୋଜିତ କାର୍ଯ୍ୟକ୍ରମରେ “ଓଡ଼ିଶା ସମବାୟ ନୀତି–୨୦୨୬” ଉନ୍ମୋଚନ କରିଛନ୍ତି। ଏହାକୁ ରାଜ୍ୟର ପ୍ରଥମ ସମବାୟ ନୀତି ବୋଲି କୁହାଯାଉଛି ଏବଂ ଏହି ନୀତି ସମବାୟ ଆନ୍ଦୋଳନକୁ ନୂତନ ଦିଗଦର୍ଶନ ପ୍ରଦାନ କରିବା ସହ ସମବାୟ କୁ ସଶକ୍ତ କରିବ ବୋଲି ବରିଷ୍ଟ ସମବାୟବିତ ମାନେ ମତ ପ୍ରକାଶ କରିଛନ୍ତି।କିନ୍ତୁ ଏହି ଐତିହାସିକ କାର୍ଯ୍ୟକ୍ରମ ପରିଚାଳନାରେ ସମବାୟ ବିଭାଗ ପକ୍ଷରୁ ଗୁରୁତର ତ୍ରୁଟି ଓ ଅବ୍ୟବସ୍ଥା ଦେଖିବାକୁ ମିଳିଥିବା ଅଭିଯୋଗ ଉଠିଛି। କାହାକୁ ପ୍ରବେଶ ପାସ ଦିଆଯିବ ଓ କାହାକୁ ଦିଆଯିବ ନାହିଁ, ସେଥିରେ ସ୍ପଷ୍ଟ ନୀତି ନଥିବାରୁ ଅନେକ ବରିଷ୍ଟ ସମବାୟବିଦତ ଓ ସମବାୟ ଅଧିକାରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ପଚାରିଲେ ଉତ୍ତର ମିଳୁଛି ଯେ ପ୍ରବେଶ ପାସ ଡେପୁଟି କମିଶନର ଅଫ ପୋଲିସ କାର୍ଯ୍ୟାଳୟ ଦ୍ୱାରା ଜାରି ହେଉଛି।ପ୍ରଶ୍ନ ଉଠୁଛି, ଯେଉଁମାନେ ବର୍ଷରୁ ବର୍ଷ ସମବାୟ କ୍ଷେତ୍ରରେ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଦାୟିତ୍ୱ କିପରି ପୋଲିସ ପ୍ରଶାସନ ଉପରେ ଛାଡ଼ାଯାଇ ଥିଲା ? ଏପରି ପରିସ୍ଥିତି ସମବାୟ ପରମ୍ପରା ଓ ପ୍ରଶାସନିକ ସମନ୍ୱୟର ଅଭାବକୁ ପ୍ରକାଶ କରୁଛି।ଅନେକ ସମବାୟ କର୍ମୀଙ୍କ ମତରେ, ଏବେ ସମବାୟ ବିଭାଗ କେତେକ ବ୍ୟକ୍ତିବିଶେଷଙ୍କ ନିୟନ୍ତ୍ରଣରେ ଚାଲୁଥିବା ଏକ ପ୍ରାଇଭେଟ୍ କମ୍ପାନୀ ପରି ଦେଖାଯାଉଛି। ଏକ ପଟେ ନୂତନ ଆଇନ ଓ ନୀତି ତିଆରି ହେଉଛି, ଅନ୍ୟ ପଟେ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ପର୍ଯ୍ୟାପ୍ତ ସମବାୟ ଅଧିକାରୀଙ୍କ ଅଭାବ ଦେଖାଯାଉଛି।ସମବାୟ ବିଭାଗରେ ବରିଷ୍ଟ ଅଧିକାରୀ ଓ ଅନୁଭବୀ ସମବାୟବିତ ମାନଙ୍କୁ ଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ଏହା ନେଇ ସମବାୟ ମହଳରେ ଅସନ୍ତୋଷ ବଢ଼ୁଛି।ଏହି ସମ୍ପର୍କରେ ଆଗାମୀ ଦିନରେ ସମବାୟ ବ୍ୟବସ୍ଥାର ଅନିୟମିତତା ଓ ଅଭ୍ୟନ୍ତରୀଣ ପରିସ୍ଥିତି ସମ୍ବନ୍ଧରେ ଧାରାବାହିକ ଭାବରେ ତଥ୍ୟ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି।ପଢ଼ୁଥାନ୍ତୁ — “ଆମ ସମବାୟ ସମ୍ବାଦ”।ସମବାୟ କ୍ଷେତ୍ରର ସଠିକ୍ ଓ ନିଖୁଣ ଖବର ପାଇଁ ଆମ ସହ ସମସ୍ତ ସୋସିଆଲ ମିଡିଆରେ ଯୋଡ଼ି ହୁଅନ୍ତୁ। ଆମେ ପ୍ରତ୍ୟେକ ମୁହୂର୍ତ୍ତ ରେ ପ୍ରତ୍ୟେକ ସମୟ ରେ – ଆମ ସମବାୟ ସମ୍ବାଦ
