ଗଞ୍ଜାମ: ରବିବାର ଦିନ ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ଆନୁକୂଲ୍ୟରେ ବ୍ରହ୍ମପୁର ସମବାୟ ସହରାଞ୍ଚଳ ବ୍ୟାଙ୍କ ର ପରିଚାଳନା ପରିଷଦ ର ସଭ୍ୟା ଓ ସଭ୍ୟ ଏବଂ କର୍ମଚାରୀ ମାନଙ୍କ ନିମନ୍ତେ ଏକ ଦିବସୀୟ ପରିଚାଳନା ଉନ୍ନୟନ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ୍ କାର୍ଯ୍ୟକ୍ରମ ରେ ଶ୍ରୀ ରାମମୋହନ ପାତ୍ର, ଅବସରପ୍ରାପ୍ତ ଉପନିବନ୍ଧକ, ସମବାୟ ସମିତି ସମୂହ, ଶ୍ରୀ ଅଶୋକ କୁମାର ବେହେରା , ସହକାରୀ ପ୍ରବନ୍ଧକ ଆଇ. ଡି. ବି. ଆଇ. ବ୍ୟାଙ୍କ, ଶ୍ରୀ ଉଦୟନାଥ ପ୍ରଧାନ, ଅବସରପ୍ରାପ୍ତ ଏସ. ଏ. ଏ. ଜି. ସି ଏ ସ., ଶ୍ରୀ ଡି. କ୍ରିଷ୍ଣାନନ୍ଦ, ଅଧ୍ୟକ୍ଷ, ଶ୍ରୀ ନିରଞ୍ଜନ ମହାପାତ୍ର, ଅଧ୍ୟାପକ, ଶ୍ରୀମତୀ ମମତା ସାହୁ, ଅଧ୍ୟାପିକା, ସମବାୟ ପରିଚାଳନା ପ୍ରତିଷ୍ଠାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଶ୍ରୀ ରାମମୋହନ ପାତ୍ର ସମବାୟ ଆଇନ ଓ ନିୟମ କୁ ପାଥେୟ କରିବ୍ୟାଙ୍କ ର ଆର୍ଥିକ ଓ ସାମାଜିକ ଏଵଂ ସାଂସ୍କୃତିକ ଅଭିବୃଦ୍ଧି ନିମନ୍ତେ ପ୍ରଶିକ୍ଷଣାର୍ଥୀ ମାନଙ୍କୁ ପ୍ରେରଣା ଦେଇଥିଲେ ଏଵଂ ଶ୍ରୀ ଉଦୟନାଥ ପ୍ରଧାନ ସମବାୟ ସମିତିର ହିସାବ ରକ୍ଷଣ ପଦ୍ଧତି ଉପରେ ତାଲିମ୍ ପ୍ରଦାନ କରିଥିଲେ ଏବଂ ଶ୍ରୀ ଅଶୋକ କୁମାର ବେହେରା, ସହକାରୀ ପ୍ରବନ୍ଧକ, ଆଇ. ଡି. ବି. ଆଇ ବ୍ୟାଙ୍କ କ୍ରେଡିଟ ଅ।ପରାଇଜାଲ, ଏନ ପି ଏ ପରିଚାଳନା ଉପରେ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସମବାୟ ସହରାଞ୍ଚଳ ବ୍ୟାଙ୍କ ରୁ 45 ଜଣ ପରିଚାଳନା ପରିଷଦ ର ସଭ୍ୟା ଓ ସଭ୍ୟ ଏଵଂ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ l ଏଥି ସହିତ ପ୍ରଶିକ୍ଷଣାର୍ଥୀ ମାନଙ୍କ ତରଫରୁ ଏହି ପ୍ରକାର ତାଲିମ୍ କାର୍ଯ୍ୟକ୍ରମ ସମୟlନୁଯାୟୀ ଆୟୋଜନ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମ କୁ ସମବାୟ ପରିଚାଳନା ପ୍ରତିଷ୍ଠାନ ର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ, ଏହାକୁ ଶ୍ରୀ ନିରଞ୍ଜନ ମହାପାତ୍ର, ଅଧ୍ୟାପକ ସଂଯୋଜନା କରିଥିଲେ l
