ଭୁବନେଶ୍ୱର: SIRକୁ ନେଇ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଦେଲେ ସୂଚନା । କହିଲେ ‘ଆମେ ନିଜ ଆଡୁ ପ୍ରାୟ ୯୦ ପ୍ରତିଶତ ମ୍ୟାପିଂ କରିସାରିଛୁ। ଏହାର ଅର୍ଥ ୨୦୨୫ ଭୋଟର ତାଲିକାରେ ଥିବା ୯୦%ଙ୍କୁ ଟ୍ରେସିଂ କରିପାରିଛୁ। ୨୦୨୫ ତାଲିକାରେ ଥିବା ୯୦% ୨୦୦୨ ତାଲିକାରେ ବି ଅଛନ୍ତି । ଆଉ ୧୦ ପ୍ରତିଶତ ଆମ ପାଇଁ କଷ୍ଟକର, ସହରାଞ୍ଚଳ ପାଇଁ ସମସ୍ୟା। ଯଦି ୨୦୦୨ରେ ଆପଣଙ୍କ ନାଁ ନଥିଲା, ଆପଣଙ୍କ ବାପାମାଆଙ୍କୁ ଖୋଜାଯିବ। ୯୫% ମ୍ୟାପିଂ ଆମର ଲକ୍ଷ୍ୟ, ଏଭଳି ହେଲେ ସମସ୍ତଙ୍କ ପାଇଁ ସୁବିଧା ହେବ ।’
