ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀରେ ବୀଜେ କରିଥିଲେ । ଏଥିପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା । ପ୍ରବଳ ଭକ୍ତଙ୍କ ସମାଗମ ପାଇଁ ଦୋଳବେଦୀରେ ଠାକୁରଙ୍କ ପ୍ରବେଶ ସମୟରେ ଭକ୍ତମାନଙ୍କ ମଧ୍ୟରେ ପେଲାଠେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ମହିଳା ଓ କିଛି ପୁରୁଷ ଭକ୍ତ ତଳେ ପଡିଯାଇଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ସେବାୟତମାନେ ତଳେ ପଡିଯାଇଥିବା ଭକ୍ତମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ଦୁଇରୁ ତିନି ଜଣ ଭକ୍ତ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।
