ନୂଆଦିଲ୍ଲୀ:ଇରାନ ବିରୋଧରେ ଆମେରିକା ରାଷ୍ଟ୍ରପତିଙ୍କ କଡା କାର୍ଯ୍ୟାନୁଷ୍ଠାନ । ଇରାନ ସହ ବ୍ୟବସାୟ କରୁଥିବା ସମସ୍ତ ରାଷ୍ଟ୍ରଗୁଡିକ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି ।ତତ୍କାଳ ଟାରିଫ ଲାଗୁ ହେବା ନେଇ ସୋସିଆଲ ମିଡିଆ ଟ୍ରୁଥରେ ପୋଷ୍ଟ କରିଛନ୍ତି ଟ୍ରମ୍ପ । ଇରାନ ସହ ବ୍ୟବସାୟ କରୁଥିବା ସମସ୍ତ ଦେଶ ଉପରେ ଏହି ଟାରିଫ ତତ୍କାଳ ଲାଗୁ ହେବ । ଏହା ଫାଇନାଲ ବୋଲି କହିଛନ୍ତି ଟ୍ରମ୍ପ । ଏହି ନିଷ୍ପତ୍ତିର ପ୍ରଭାବ ରେ ଇରାନ ଏବଂ ଏହାର ସହଯୋଗୀ ରାଷ୍ଟ୍ର ଆର୍ଥିକ ଭାବେ ପ୍ରଭାବିତ ହେବେ । ହେଲେ ୟା ଉପରେ ହ୍ବାଇଟ୍ହାଉସ୍ ପକ୍ଷରୁ କୌଣସି ଔପଚାରିକ ବିଜ୍ଞପ୍ତି ଜାରି କରାଯାଇ ନାହିଁ ।
