ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରିଚାଲିଛି ଟାଟା ପାୱାର l ଆଡିସନାଲ ସିକ୍ୟୁରିଟି ଡିପୋଜିଟ ପାଇଁ ନୋଟିସ, ଘରେ ଘରେ ସ୍ମାର୍ଟ ମିଟର ଜୋର ଜବରଦସ୍ତି ବସେଇ ଚାଲିଛି ଓ ଗରିବ ଲୋକଙ୍କଠୁ ସରକାରୀ ମିଟର ରୁ ତିନି ଶହ କୋଟି ଟଙ୍କା ବେଆଇନ ଭାବରେ ଆଦାୟ କରିଛି ଟାଟା ପାୱାର l କେବଳ ସୌଭାଗ୍ୟ ଓ ଆଇପିଡି ଏସ ଯୋଜନାରେ ୨୦୨୦ ମସିହାରୁ ଟାଟା ପାୱାର ଚାରୋଟି ଯାକ ବିଦ୍ୟୁତ ବିତରଣ କମ୍ପାନ ବେଆଇନ ଭାବେ ଆଦାୟ କରି ଚାଲୁଛି l ଏ ସଂକ୍ରାନ୍ତରେ ଉପଭୋକ୍ତା ମହାସଂଘ ବାରମ୍ବାର ଓଇ ଆର ସି ଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳାଲାନି l TPCODLଯେଉଁ ତଥ୍ୟ ପ୍ରଦାନ କରିଛି ସେଥରେ ସ୍ୱୀକାର କରିଛି ଯେ, ଏପ୍ରିଲ ୨୦୧୪ ଠାରୁ ସେମାନେ ଆଉ ମିଟର ରେଣ୍ଟ ଆଦାୟ କରି ନାହାନ୍ତି l ମାର୍ଚ୍ଚ ୨୦୧୪ ସୁଦ୍ଧା ୧୮ କୋଟି ୬୮ ଲକ୍ଷ ଟଙ୍କା ଆଦାୟ କରିଛନ୍ତି ବୋଲି ସ୍ୱୀକାର କରିଛନ୍ତି l ଆଇପିଡିଏସ ମିଟର ରୁ ୨୦୦୧୯୫ କଂଜୁମରଙ୍କ ଠୁ ୧୧ କୋଟି ୫୫ ଲକ୍ଷ l ସୌଭାଗ୍ୟ ଯୋଜନାରେ ୧୭୫୨୮୮ବି କଂଜୁମରଙ୍କ ଠୁ ୭ କୋଟି ୧୩ ଲକ୍ଷ ଟଙ୍କା ମିଟର ରେଣ୍ଟ ବାବଦରେ ଆଦାୟ କରିଛନ୍ତି l କେବଳ TPCODL ରେ ଯଦି ଏତିକି ଆଦାୟ କରିଛନ୍ତି ତେବେ ଦିନ ଦୟାଲ ଯୋଜନା, ରାଜୀବ ଜ୍ୟୋତି, ବିଜୁ ଜ୍ୟୋତି ଭଳି ଆହୁରି ଅନେକ ସରକାରୀ ଯୋଜନା ରେ TPNODL, TPSODL ଓ TPWODL ଅନ୍ୟ ତିନୋଟି ଯାକ ଡିସ୍କମ କମ୍ପାନୀ ପ୍ରାୟ ପାଖାପାଖି ୩୦୦ କୋଟି ଟଙ୍କା ସାଧାରଣ ଲୋକଙ୍କ ଠାରୁ ହରିଲୁଟ କରିଛନ୍ତି l ଓଇଆରସି ମଧ୍ୟ ତିନୋଟି ଯାକ ବିତରଣ କମ୍ପାନୀ ସହ OPTCL କୁ ସମୁଦାୟ କେତେ ମିଟର ଲାଗିଛି ତଥ୍ୟ ପୈଠ ପାଇଁ ତାଗିଦ କରିଥିଲେ l ହେଲେ ଫଳ ଶୂନ l ଟାଟା ପାୱାର ଠକେଇ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ନାହିଁ l ଏଥିପାଇଁ ଶକ୍ତି ବିଭାଗ କଣ କରୁଛି l ତାଙ୍କ ବିରୁଦ୍ଧରେ କାହିଁକି ଏତଲା ଦେଇନି l ଇଂରାଜୀରେ ବିଲ ଛାପି ସାଧାରଣ ଖାଉଟିଙ୍କଠୁ କୋଟି କୋଟି ଟଙ୍କା ନେବା ଭଳି ଧର୍ତ୍ତବ୍ୟ ଅପରାଧ ଫର୍ଜରୀ ପଇସା ଆଦାୟ ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଗିରଫ ସହ ଆଇନ ଅନୁଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ ସାଧାରଣ ସମ୍ପାଦକ ପ୍ରସନ୍ନ ବିଷୋୟୀ, ସମ୍ପାଦକ ଲଲାଟେନ୍ଦୁ ଦୀକ୍ଷିତ, ଅକ୍ଷୟ ଆଚାର୍ଯ୍ୟ କହିଛନ୍ତି l ଆଜି ଏହି ପରିପ୍ରେକ୍ଷୀରେ ଉପଭୋକ୍ତା ମହାସଂଘ ସାମ୍ବାଦିକ ସମ୍ମିଳନୀ କରି ଟାଟା ପାୱାର କୁ ଖୋଲା ବିତର୍କ ପାଇଁ ଆହ୍ୱାନ କରିଛି ମହାସଂଘ l ସେପଟେ ସମୀକ୍ଷା ନକରି ରାଜ୍ୟ ସରକାର ୭୩୫ କୋଟି ଟଙ୍କା ଟାଟା ପାୱାରକୁ ଦେବା ପାଇଁ ନିଷ୍ପତି ନେଇଛନ୍ତି l ସାଧାରଣ ଲୋକଙ୍କ ଟିକସ ପଇସାରେ ମିଟର ଲଗାଇ ଟାଟା ପାୱାର ମନଇଚ୍ଛା ଶୋଷଣ କରି ଚାଲିବେ l ଏହା ଇଲେକ୍ଟ୍ରିସିଟି ଆକ୍ଟ ୨୦୦୩ ର ଇଲେକଟ୍ରିସିଟି ରାଇଟସ ଅଫ କ୍ୟାନଜୁମର୍ସ ରୁଲ ୨୦୨୦ ର ସମ୍ପୂର୍ଣ ବିରୁଦ୍ଧଚାରଣ କରୁଛି ବୋଲି ଉପଭୋକ୍ତା ମହାସଂଘ କହିଛି l
କେନ୍ଦ୍ରର ଗ୍ୟାଜେଟ ନୋଟିଫିକେସନ୩୧ ଡିସେମ୍ବର ୨୦୨୦ ରେ ପ୍ରକାଶିତ ଅଧିସୂଚନା ଅନୁଯାଇ ବିଦ୍ୟୁତ ଗ୍ରାହକର ଅଧିକାରକୁ ସମ୍ପୂର୍ଣ ଛଡାଇ ନିଆଯିବାର ବ୍ୟବସ୍ଥା ହୋଇଛି l ଅଧିନିୟମର ପାରା ୫ ଅନୁଯାଇ ମିଟରିଙ୍ଗରେ କୁହାଯାଇଛି ଯେ ପ୍ରି ପେମେଣ୍ଟ ମିଟର,ସ୍ମାର୍ଟ ପ୍ରି ପେମେଣ୍ଟ ମିଟର କିମ୍ବା ଅନ୍ୟ ଯେ କୌଣସି ମିଟର ତାହା ଓ ଇ ଆର ସିଙ୍କ ସମ୍ପୂର୍ଣ କ୍ଷମତା ପରିସର ଭୁକ୍ତ l ପ୍ରି ପେମେଣ୍ଟ ମିଟରକୁ ଛାଡି ଅନ୍ୟ ମିଟର ମଧ୍ୟ ବସି ପାରିବ ଓ ପୁରୁଣା ସଠିକ ମିଟର ହେଉ ତାହା କମିସନ ( OERC)ଙ୍କ କ୍ଷମତା ପରିସରଭୁକ୍ତ l OERC ଏହି ଅନୁମୋଦନ କରିବା ସମୟରେ ବାସ୍ତବତା ଓ ପରିସ୍ଥିତି କୁ ବିଚାର କୁ ନେଇ ନିଷ୍ପତି ନେବା ଆବଶ୍ୟକ l ଅନୁଚ୍ଛେଦ ୨ ଅନୁସାରେ ଉପଭୋକ୍ତାର ମିଟର ଓ ଅନ୍ୟାନ୍ୟ ସରଞ୍ଜାମ କିଣିବାର ଅଧିକାର ଦିଅlଯାଇଛି l ଓଇ ଆରସିଙ୍କ ଅନୁମୋଦିତ ନିର୍ମାଣକାରୀ ସଂସ୍ଥାରୁ ମିଟର ସହ ଯନ୍ତ୍ରଂlଶ କିଣିବାର ନିୟମ ରହିଛି l ତତସହିତ ମିଟର ଟେଷ୍ଟିଙ୍ଗ ପାଇଁ ଏକ ତୃତୀୟ ପକ୍ଷ ବା ସ୍ୱତନ୍ତ୍ର ସଂସ୍ଥା ଓଏରସ ଙ୍କ ତତ୍ୱାବଧାନରେ ବିଦ୍ୟୁତ କାର୍ଯ୍ୟ କରିବl l ୩ ଅନୁସାରେ ମିଟର ନିର୍ମାଣ କାରୀ କମ୍ପାନୀ ଗୁଡିକର ନାମ ଏବଂ ଉପଲବ୍ଧ ସ୍ଥାନ ଏବଂ ମିଟର ର ପରୀକ୍ଷଣ କେନ୍ଦ୍ରର ସମସ୍ତ ତଥ୍ୟ ଗ୍ରାହକ କୁ ଜଣାଇବା ବାଧ୍ୟତାମୂଳକ l ମିଟର ପରୀକ୍ଷିତ ଓ ସିଲଡ଼ ହୋଇଥିବା ଦରକାର l ସରକାରଙ୍କ ନିଷ୍କ୍ରିୟତାରେ ଟାଟା କମ୍ପାନୀ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ବସାଇ ବେଆଇନ ଭାବେ ଗ୍ରାହକ ଅଧିକାରକୁ କ୍ଷୁର୍ଣ କରୁଛନ୍ତି l OERC ଭଲ ଭାବେ ଜାଣୁଛନ୍ତି ୬୦ ଲକ୍ଷ ଉପଭୋକ୍ତାଙ୍କ ନିକଟରେ ଅlଣ୍ଡରଏଡ ମୋବାଇଲ ନାହିଁ l ଇଣ୍ଟରନେଟ ନାହିଁ କି ଟେଲିଫୋନ ସୁବିଧା ନାହିଁ l ସେମାନେ ଏହି ସ୍ମାର୍ଟ ମିଟରର ସଠିକ ବ୍ୟବହାର ଓ ପରିଚାଳନା କିପରି କରିପାରିବେ l ସେମାନଙ୍କୁ ଏହାର ବ୍ୟବହାର ବୁମେରାଙ୍ଗ ହେବ l ଏପରି ସ୍ଥଳେ ସେମାନଙ୍କ ପାଇଁ ସ୍ମାର୍ଟ ମିଟର ବସାଇବାର କୌଣସି ପ୍ରାସଙ୍ଗିକତା ନାହିଁ l OERC ତୁରନ୍ତ ଧlରା ୫ ର ଉପଧାରା ୧ ଅନୁଯାଇ ବିତରଣ କମ୍ପାନୀ ଓ ସରକାରଙ୍କୁ ନିୟମର କଡାକଡି ପାଳନ ପାଇଁ ନିର୍ଦେଶ ଦିଅନ୍ତୁ l ସରକାର ଯଦି ପ୍ରିପେଡ଼ ମିଟର ବସେଇବା ପାଇଁ ଏତେ ବ୍ୟସ୍ତ ତାହେଲେ ଆଇନ ଅନୁଯାଇ ବିଦ୍ୟୁତ ଗ୍ରାହକକୁ ମିଟର କିଣିବା ପଇସା ସିଧାସଳଖ ଆକାଉଣ୍ଟକୁ ଦିଅନ୍ତୁ l ଗତ ୯ ତାରିଖରେ ବିତରଣ କମ୍ପାନୀ ମାନଙ୍କ ପୁଞ୍ଜିନିବେଶ ନେଇ ଓଇଆରସିଙ୍କ ଶୁଣାଣି ସମୟରେ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିଲେ l ଏଥିରୁ ସ୍ପଷ୍ଟ ଯେ ଅଫିସର ମାନେ ଜାଣି ଶୁଣି ତାଙ୍କୁ ସମ୍ମତି ଦେଉଛନ୍ତି l ଯେଉଁ ଅଧିକାରୀ ଦାୟିତ୍ୱହୀନ କାର୍ଯ୍ୟ କରୁଛନ୍ତି ତାଙ୍କ ବିରୁଦ୍ଧରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମହାସଂଘ କହିଛି l
