ଭୁବନେଶ୍ୱର: ତୋଷାଳି ଭବନରେ ଥିବା ଓଡ଼ିଶା ଲୋକାୟୁତଙ୍କ ଅଫିସରେ ଗୁରୁବାର ଘଟିଛି ଅଗ୍ନିକାଣ୍ଡ । ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଲୋକାୟୁତ ଅଫିସର ରେକର୍ଡ ରୁମ୍ରେ ଅଗ୍ନିକାଣ୍ଡ ହୋଇଥିଲା।ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେବା ବେଳକୁ ରେକର୍ଡରୁମରେ ଥିବା ବହୁ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିଲା। ବର୍ଷ ବର୍ଷ ଧରି ରଖାଯାଇଥିବା ଗୁରୁତ୍ୱପୂର୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି। ଖାରବେଳ ନଗର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
