ଭୁବନେଶ୍ୱର:ହ୍ୱାଟସଆପରେ ମିଳିବ ରାଜସ୍ୱ ସେବା। ଯାହା ଦ୍ୱାରା ନାଗରିକମାନେ ଅଫିସ୍କୁ ନଯାଇ ଜମି ସମ୍ବନ୍ଧୀୟ ଅଭିଯୋଗ ଏବଂ ଆବେଦନ ପଞ୍ଜୀକରଣ ଏହା ମାଧ୍ୟମରେ କରିପାରିବେ।ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଏଣିକି ରାଜସ୍ୱ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇବ। ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ ମଧ୍ୟ କରାଯିବ। ଏହାଦ୍ୱାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ଆଉ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଯଦି ସମୟ ଭିତରେ ସମସ୍ୟା ସମାଧାନ କରାନଯାଏ କିମ୍ବା ଦୁର୍ନୀତି ଅଭିଯୋଗ ଆସେ ତେବେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ whatsaap କରିପାରିବେ ଅଭିଯୋଗକାରୀ। ଆସନ୍ତାକାଲି whatsapp ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ।
