ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ରାଜ୍ୟର ସମସ୍ତ ମଣିଷ ତାଙ୍କର ଅପରିମିତ ଅବଦାନକୁ ସ୍ମରଣ କରୁଥିବା ବେଳେ, ସମବାୟ ବିଭାଗର ଭୂମିକା ଉପରେ ଗଭୀର ପ୍ରଶ୍ନ ଉଠିଛି। ଏହି ଅବସରରେ ଆମକୁ ମନେ ପଡେ ପୂର୍ବତନ ସମବାୟ ନିବନ୍ଧକ, ଓଡ଼ିଶା ଶ୍ରୀ ସୂର୍ଦଶନ ନାୟକ, IAS ଙ୍କ କଥା। ୨୦୦୩ ଓ ୨୦୦୪ ମସିହାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଥିଲେ, ଯାହା ଅନୁସାରେ ପ୍ରତ୍ୟେକ ସମବାୟ ସମିତିରେ ମଧୁବାବୁଙ୍କ ଫଟୋ ରଖିବା ବାଧ୍ୟତାମୂଳକ କରାଯାଇଥିଲା। ସେହିପରି, ସମବାୟ ସମ୍ବନ୍ଧୀୟ କୌଣସି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ମଧୁବାବୁଙ୍କ ଫଟୋ ରେ ପୁଷ୍ପାଞ୍ଜଳି ଦେବାକୁ ମଧ୍ୟ ନିୟମ ରହିଥିଲା। କିନ୍ତୁ ଦୁଃଖର ବିଷୟ, ବିତି ଯାଇଛି ପ୍ରାୟ ୨୩ ବର୍ଷ, ତଥାପି ସେହି ନିର୍ଦ୍ଦେଶନାମା ଆଜି ପ୍ରାୟ ଅଲୋପ ହୋଇଯାଇଛି। ଏହା ଦେଖିବାକୁ ମିଳୁଛି ଯେ, ସମବାୟ ବିଭାଗ ନା ସେହି ସର୍କୁଲାରକୁ ମନେ ରଖିଛି, ନାହିଁ ମଧୁବାବୁଙ୍କ ଆଦର୍ଶକୁ ସମ୍ମାନ ଦେଉଛି।ଏପର୍ଯ୍ୟନ୍ତ ଏହି ପ୍ରଶ୍ନ ଉଠୁଛି ଯେ, ଖୋଦ୍ ସମବାୟ ନିବନ୍ଧକ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ମଧୁବାବୁଙ୍କ ଫଟୋ ଅଛି କି ନାହିଁ, ସେଥିରେ ମଧ୍ୟ ସନ୍ଦେହ ରହିଛି। ଏହି ପବିତ୍ର ଅବସରରେ ଆମର ଦାବି ଯେ, ସମବାୟ ବିଭାଗ , ଓଡ଼ିଶା ତୁରନ୍ତ ପୂର୍ବତନ ସର୍କୁଲାରକୁ ପୁନଃ କାର୍ଯ୍ୟକାରୀ କରୁନ୍ତୁ ଓ ପ୍ରତ୍ୟେକ ସମବାୟ ସମିତିରେ ମଧୁବାବୁଙ୍କ ଆଦର୍ଶକୁ ସମ୍ମାନ ଦେଇ ସଠିକ୍ ଭାବରେ ପାଳନ କରିବା ପାଇଁ ନିଖିଳ ଓଡ଼ିଶା ସମବାୟ ବିତ୍ ସଂଘ ଦାବି କରୁଛି ।
