ଭୁବନେଶ୍ୱର: ଗତକାଲି ଇଡକୋରେ ଉଷା ପାଢ଼ୀ ଜଏନ କରିଥିବା ବେଳେ ଇଡକୋର ଜଣେ କର୍ମଚାରୀ ପାନ ଖାଇ ତାଙ୍କ ସାମ୍ନାକୁ ଆସିଥିବା ବେଳେ ଉଷା ପାଢ଼ୀ ନିଜର ବିରକ୍ତି ଓ କ୍ଷୁବ୍ଧ ପ୍ରକାଶ କରି କର୍ମଚାରୀ ଜଣଙ୍କୁ ସସ୍ପେଣ୍ଡ କରିଥିବା ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଇଡକୋରେ ଇଲେକ୍ଟ୍ରିକାଲ ବିଭାଗର ଫିଲ୍ଡ କର୍ମଚାରୀ ମଙ୍ଗଳ ପାତ୍ର କୌଣସି କାମ ପାଇଁ କାଲି କାର୍ଯ୍ୟାଳୟକୁ ଯାଇଥିଲେ। ଏହି ସମୟରେ ଉଷା ପାଢ଼ୀଙ୍କ ସହ ଦେଖା ହେବାରୁ ମାଡମ ନମସ୍କାର ଜଣାଇ ଫେରିବା ବେଳେ ପାନ ଖାଇଛ କି ?ପ୍ରଶ୍ନ କରିଥିଲେ ଶ୍ରୀମତୀ ପାଢ଼ୀ। ନିଜର ଭୁଲ ବୁଝିପାରି ଅନୁତାପର ସହ ସରି କହି ପଳାଇ ଆସିଥିଲେ ଶ୍ରୀ ପାତ୍ର। ହେଲେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବାର ଅର୍ଡର ତାଙ୍କୁ ଧରାଇ ଦିଆଯାଇଛି। ସାଧାରଣତ କାର୍ଯ୍ୟାଳୟରେ ପାନ ଗୁଟଖା ଖାଇବା ପାଇଁ ନିଷେଧ ହୋଇଥାଏ, ଅନ୍ୟପକ୍ଷେ ସ୍ବାସ୍ଥ୍ୟ ବିଭାଗ କିଛି ଦିନ ତଳେ ପାନ ମସଲା ତମାଖୁ କିମ୍ଵା ନିକୋଟିନ ଯୁକ୍ତ ନୁହଁ ବୋଲି ସ୍ପଷ୍ଟୀକରଣ ରଖିଥିବା ବେଳେ, ଶ୍ରୀମତୀ ପାଢ଼ୀଙ୍କ ଏପରି ପଦକ୍ଷେପକୁ ବ୍ୟରୋକ୍ରାଟଙ୍କ ହିପୋକ୍ରାସି ବୋଲି ଗୁଞ୍ଜରଣ ସୃଷ୍ଟି ହେଉଛି। ଆଗାମୀ ଦିନରେ କେବଳ ମଙ୍ଗଳ ପାତ୍ରଙ୍କ ଉପରେ ଆକ୍ସନ ନା ଇଡକୋରେ ପାନ ଖାଉଥିବା ସମସ୍ତ କର୍ମଚାରୀଙ୍କ ଉପରେ ଆକ୍ସନ ନିଆଯାଉଅଛି ଦେଖିବାକୁ ବାକି ରହିଲା। ଘଟଣା ସମ୍ବନ୍ଧରେ ଶ୍ରୀମତୀ ପାଢ଼ୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଖବର ଲେଖିବା ବେଳକୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
