ନୂଆଦିଲ୍ଲୀ:ପ୍ରତିବର୍ଷ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଆସୁଥିବା ଅଖିଳ ଭାରତୀୟ ସମବାୟ ସପ୍ତାହକୁ ନେଇ ଚଳିତ ବର୍ଷ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।ନଭେମ୍ବର ୧୪ ତାରିଖ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ହୋଇଥିବାରୁ, ଏହି ତାରିଖରୁ ସମବାୟ ସପ୍ତାହ ପାଳନ କରାଯିବ କି ନାହିଁ—ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଖବର ଆସୁଛି।

ଏହାର ବିକଳ୍ପ ଭାବେ ସମବାୟ ମନ୍ତ୍ରାଳୟର Foundation Dayକୁ ଆଧାର କରି ପ୍ରତିବର୍ଷ ଏକ ସପ୍ତାହବ୍ୟାପୀ ‘ସମବାୟ ସପ୍ତାହ’ ପାଳନ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ୬ ଜୁଲାଇ ୨୦୨୬ରେ ସମବାୟ ମନ୍ତ୍ରାଳୟ ତାହାର ୫ମ Foundation Day ପାଳନ କରିଥିଲା। ଏହାକୁ କେନ୍ଦ୍ର କରି ୨୯ ଜୁନ୍ରୁ ୬ ଜୁଲାଇ ପର୍ଯ୍ୟନ୍ତ ଦେଶବ୍ୟାପୀ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ତେବେ ଆଗାମୀ ଦିନରେ ସମବାୟ ସପ୍ତାହର ତାରିଖ ପରିବର୍ତ୍ତନ ହେବ କି? ନଭେମ୍ବର ୧୪–୨୦ ପରିବର୍ତ୍ତେ ଜୁନ୍ ୨୯–ଜୁଲାଇ ୬କୁ ସମବାୟ ସପ୍ତାହ ଭାବେ ପାଳନ କରାଯିବ କି? ଏନେଇ କେନ୍ଦ୍ର ସମବାୟ ମନ୍ତ୍ରାଳୟର ଅଧିକୃତ ନିଷ୍ପତ୍ତିକୁ ଅପେକ୍ଷା। ସମବାୟ କ୍ଷେତ୍ରରେ ଏହି ପରିବର୍ତ୍ତନ ନୂଆ ଅଧ୍ୟାୟର ଆରମ୍ଭ ହବ l
