ମୁମ୍ବାଇ: ଆଜି ମଧ୍ୟାହ୍ନରେ ମହାରାଷ୍ଟ୍ର ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ମେଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ଏକ ଅଘଟଣ ଘଟିଛି । ଏଲମ୍ବିଏସ୍ ରୋଡ୍ ନିକଟରେ ନିର୍ମାଣାଧିନ ମେଟ୍ରୋର ପିଲରର ଏକ ବଡ଼ ଅଂଶ ଖସିପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଭଗ୍ନାବଶେଷ ତଳେ ଅନେକ ଯାନବାହନ ଫସି ରହିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ମାଣ କାର୍ଯ୍ୟ ଜନସନ ଆଣ୍ଡ ଜନସନ କମ୍ପାନି ଦ୍ବାରା କରାଯାଉଛି। ଖବର ମିଳିବା ପରେ ପୁଲିସ୍ ଟିମ୍, ଅଗ୍ନିଶମ ବାହିନୀ, ମେଟ୍ରୋ ଫ୍ରାଧିକରଣ କର୍ମଚାରୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜମି ରହିଥିବା ଭିଡ଼କୁ ଅନ୍ୟରାସ୍ତାରେ ପରିଚାଳନା କରାଯାଇଛି । ଘଟଣା ସ୍ଥଳରେ ୫ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଆହୁରି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
