ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡର ପାଇଁ ରାତିରୁ ଲମ୍ବା ଲାଇନ୍ ଲାଗିଛି । ଗ୍ୟାସ ଖାତା ଜମା ରଖି ଗ୍ରାହକ ବସିଛନ୍ତି। ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, ୨୦-୨୫ ଦିନ ତଳୁ ଗ୍ୟାସ ବୁକ କରି ଥିଲେ ବି ଡେଲିଭରି ହୋଇପାରିନି। ହୋମ ଡେଲିଭରୀ ମଧ୍ୟ ବନ୍ଦ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି।ସେପଟେ ଏଲପିଜି ସିଲିଣ୍ଡର୍ ବୁକିଂ ଅବଧି ବୃଦ୍ଧି ହୋଇଛି। ଏଣିକି ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ କରିପାରିବେ। ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧିକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ରୋକିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।ଲୋକଙ୍କ ପାଖରେ ଏଲପିଜି ଅଭାବ ନହେବାକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଏଲପିଜି ଆମଦାନୀ ପ୍ରଭାବିତ ହୋଇଥିବା ବେଳେ ଉତ୍ପାଦନ ବୃଦ୍ଧି ପାଇଁ ରିଫାଇନାରୀଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବାର ନାହିଁ। କିନ୍ତୁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାର ଟପିଲେ ବିଚାର କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
