ଭୁବନେଶ୍ୱର:ରାଜ୍ୟ ସମବାୟ ଆଇନର ଗୁରୁତ୍ୱପୂର୍ଣ୍ଣ ସେକ୍ସନ–୨୯ କୁ ଅବହେଳା କରାଯାଇଥିବା ନେଇ ମାର୍କଫେଡ଼ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ଗଭୀର ପ୍ରଶ୍ନ ଉଠିଛି। ସମବାୟ ଆଇନ ଅନୁଯାୟୀ ସାଧାରଣ ପରିଷଦ ବୈଠକ ହେଉଛି ସମବାୟ ପ୍ରଣାଳୀର ସର୍ବୋଚ୍ଚ ନିଷ୍ପତ୍ତିକାରୀ ମଞ୍ଚ। କିନ୍ତୁ ଏହି ବୈଠକକୁ ଆଜି “ଉତ୍ସବ” ବୋଲି ବର୍ଣ୍ଣନା କରାଯାଉଥିବା ଘଟଣା ଚିନ୍ତାଜନକ ବୋଲି ଅନେକ ସମବାୟ କର୍ମୀ ମତ ପ୍ରକାଶ କରିଛନ୍ତି।ସମବାୟ ଇତିହାସକୁ ମନେ ପକାଇଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଯଥା ସ୍ୱର୍ଗତ ବୀରେନ ମିତ୍ର, ପୂର୍ବତନ ସମବାୟ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତ, ସୂର୍ଯ୍ୟ ପାତ୍ର ଓ ବର୍ତ୍ତମାନର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ବହୁ ବାର୍ଷିକ ସାଧାରଣ ସଭାରେ ଯୋଗଦେଇ ନିଜ ମତ ପ୍ରକାଶ କରିଥିବା ସହ ତାହା ଆଇନ ରୂପ ଦେଇଥିବା ନଜିର ରହିଛି।ସମବାୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ହେବା ସତ୍ତ୍ୱେ ଶ୍ରୀ ସନ୍ତୋଷ କୁମାର ନାୟକଙ୍କ ଏପରି ମତାମତ ଓ କାର୍ଯ୍ୟପଦ୍ଧତି ନେଇ ସମବାୟ ମହଳରେ ସନ୍ଦେହ ସୃଷ୍ଟି ହୋଇଛି। ପୂର୍ବରୁ AGCS କାର୍ଯ୍ୟାଳୟ ସମ୍ପର୍କିତ ବିବାଦ ପରେ, ଏବେ ମାର୍କଫେଡ଼ କୁ ନେଇ କୌଣସି ଅନୁଚିତ ଯୋଜନା ଚାଲିଛି କି ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।ଏହି ପରି ପ୍ରେକ୍ଷିରେ ସମବାୟ ଆଇନ ଓ ପ୍ରଣାଳୀ ସମ୍ପର୍କରେ ପରିଚିତ OCS ଅଧିକାରୀମାନେ ଚୁପ କାହିଁକି ? କେବଳ ବରିଷ୍ଠ OAS ଅଧିକାରୀ ହେବା ମାନେ ସମବାୟ ବିଭାଗର ନୀତି ଓ ଆଦର୍ଶକୁ ଅବମାନନା କରିବା ଚାଲିବ ନାହିଁ ବୋଲି ସମବାୟ ମହଳରୁ ମତ ଆସୁଛି। ସେମାନଙ୍କୁ ପ୍ରଥମେ ସମବାୟ ବିଭାଗର ଅଭିଜ୍ଞ SRCS ଅଧିକାରୀମାନଙ୍କ ଠାରୁ ସମବାୟ ବ୍ୟବସ୍ଥା ସମ୍ପର୍କରେ ପାଠ ଶିଖିବାକୁ ପଡିବ ବୋଲି ମତ ପ୍ରକାଶ ପାଇଛି।ସମବାୟ ନୀତି ଓ ଆଦର୍ଶକୁ କ୍ଷତି ପହଞ୍ଚାଇ ଥିବା ଏହି ଘଟଣା ସମ୍ପର୍କରେ ନିଖିଳ ଉତ୍କଳ ସମବାୟ ବିତ ସଂଘ ପକ୍ଷରୁ ଆଜି କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କୁ ଚିଠି ଲେଖାଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି।ସ୍ଲୋଗାନ:“OAS ହଟାଓ – ସମବାୟ ବଞ୍ଚାଅ”
