ଭୁବନେଶ୍ୱର:ସମବାୟ ନିବନ୍ଧକ ଓଡ଼ିଶା ଙ୍କ ଅଫିସ ଏଥର ଚାଲିବ ତ ?ଯେଉଁ ବ୍ୟକ୍ତିଙ୍କ ନାମରେ ପୋଲିସକୁ ଚାର୍ଜସିଟ୍ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି, ସେହି ବ୍ୟକ୍ତିଙ୍କୁ ସମବାୟ ବିଭାଗ ର ସମବାୟ ନିବନ୍ଧକ, ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବା ପଛରେ ରହସ୍ୟ କଣ ? ଏହାକୁ ନେଇ ଏବେ ପ୍ରଶାସନିକ ମହଲ ରେ ପ୍ରଶ୍ନ ଉଠିଛି ! ବ୍ରହ୍ମା, ବିଷ୍ଣୁ, ମହେଶ୍ବର କୁହା ଯାଉଥିବା ପଦବୀ ଟି ଆଜି ଶ୍ରୀ ଜଗନ୍ନାଥ ଙ୍କ ପାଖରେ ବନ୍ଧା ପଡ଼ିଲା । ଆରସିଏସ, ଓଡ଼ିଶା ଙ୍କ ଅଫିସ ସମୁଖରେ ରେ ଥିବା ସେହି ଶ୍ରୀ ଜଗନ୍ନାଥ ମୂର୍ତ୍ତି ଟି ବିଭାଗ କୁ ଭରଷା । କାହିଁକି ରାଜ୍ୟ ସରକାର ଙ୍କ ସମବାୟ ପ୍ରତି ଏଭଳି ମନୋଭାବ । ଖବର ନେବାରେ ଜଣା ପଡିଛି – ଗତ କିଛି ଦିନ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଅଫ ଇଣ୍ଡିଆ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓଡ଼ିଶାର ଆଇଏଏସ ଅଧିକାରୀ ମନୀଷ ଅଗ୍ରୱାଲ ବିରୁଦ୍ଧରେ ତାଙ୍କ ପିଏଙ୍କ ଆତ୍ମହତ୍ୟା ଘଟଣାରେ ଟ୍ରାୟାଲ୍ ଚାଲିବାକୁ ପଥ ସଫା କରିଛନ୍ତି। ହାଇକୋର୍ଟ ଜାମିନ ଖାରଜ କରିଥିବା ପରେ ସୁପ୍ରିମ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ।ନ୍ୟାୟମୂର୍ତ୍ତି ଏମ. ଏମ. ସୁନ୍ଦରେଶ ଓ ଅରଭିନ୍ଦ କୁମାର ଙ୍କ ଡିଭିଜନ ବେଞ୍ଚ ଅଗ୍ରୱାଲ ଙ୍କ ସ୍ପେସିଆଲ ଲିଭି ପିଟିସନ (SLP) କୁ ଖାରଜ କରି କହିଥିଲେ, “ଆମେ ଏହି ଆଦେଶରେ ହସ୍ତକ୍ଷେପ କରିବାକୁ ଇଚ୍ଛୁକ ନୁହେଁ।” ଏହି ମାମଲା ଓଡିଶା ହାଇକୋର୍ଟ ର ୨୦୨୩ ଜୁନ୍ ର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିଲା।ଘଟଣାଟି ୨୭ ଡିସେମ୍ବର ୨୦୧୯ର। ସେତେବେଳେ କଲେକ୍ଟର ଙ୍କ ପିଏ ଦେବ ନାରାୟଣ ପଣ୍ଡା ହଠାତ୍ ନିଖୋଜ ହୋଇଥିଲେ ଓ ପରଦିନ ତାଙ୍କ ମୃତଦେହ ସତିଗୁଡା ଡ୍ୟାମ ରୁ ଉଦ୍ଧାର ହୋଇଥିଲା। ପ୍ରଥମେ ପୋଲିସ ଏହାକୁ ଅସ୍ୱାଭାବିକ ମୃତ୍ୟୁ ମାମଲା ଭାବେ ରେଜିଷ୍ଟର କରିଥିଲେ, କିନ୍ତୁ ପରେ ପାଣ୍ଡା ଙ୍କ ପତ୍ନୀ କଲେକ୍ଟର ଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ କରିଥିଲେ।ଆରମ୍ଭରେ ମାମଲାଟି ଭାରତୀୟ ଦଣ୍ଡ ସଂହିତା (IPC) ଧାରା 302, 506, 201 ଓ 204 ଅନୁଯାୟୀ ରୁଜୁ ହୋଇଥିଲା। ପରେ ୨୦୨୩ରେ ହାଇକୋର୍ଟ ଏହି ଧାରା ଗୁଡ଼ିକୁ ପରିବର୍ତ୍ତନ କରି 306 (ଆତ୍ମହତ୍ୟାକୁ ପ୍ରେରଣ), 120-B (ଅପରାଧିକ ଷଡଯନ୍ତ୍ର) ଓ 34 (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ଟ୍ରାୟାଲ୍ କୋର୍ଟରେ ମାମଲା ଚାଲାଇବା କୁ ନିର୍ଦ୍ଦେଶ ଦେଇଥିଲେ।ମାମଲା ରୁଜୁ ହେବା ପରେ ଅଗ୍ରୱାଲ ଙ୍କୁ Planning and Convergence Department, Government of Odisha କୁ ବଦଳି କରାଯାଇଥିଲା, ଯେଉଁଠାରେ ସେ ଜଏଣ୍ଟ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଥିଲେ।ସୁପ୍ରିମ କୋର୍ଟର ଏହି ରାୟ ପରେ ମାମଲାଟି ବର୍ତ୍ତମାନ ଟ୍ରାୟାଲ୍ କୋର୍ଟରେ ଚାଲୁଛି। ଏହି ପରି ପ୍ରେକ୍ଷିରେ ଏମିତି ଏକ ବିବାଦିତ ମାମଲାରେ ଜଡିତ ଅଧିକାରୀଙ୍କୁ ସମବାୟ ନିବନ୍ଧକ, ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବାକୁ ନେଇ ପ୍ରଶାସନିକ ଓ ସମବାୟ ମହଳ ରେ ଚର୍ଚ୍ଚା ଜୋର ଧରିଛି।ଏହାକୁ ନେଇ ପ୍ରଶ୍ନ ଉଠୁଛି — ସମବାୟ ବିଭାଗ ଆଉ ରହିବ ତ ?
