ଭୁବନେଶ୍ୱର: ସମବାୟ ବ୍ୟବସ୍ଥାରେ ଅଡିଟ କ୍ଷମତା ଓ ପ୍ରଶାସନିକ ଗଠନରେ ହୋଇଥିବା ପରିବର୍ତ୍ତନ ନେଇ ନୂତନ ଚର୍ଚ୍ଚା ସୃଷ୍ଟି ହୋଇଛି। ପୂର୍ବରୁ ରେଜିଷ୍ଟ୍ରାରଙ୍କ ଠାରୁ ଅଡିଟ କ୍ଷମତା କାଢ଼ି ନେଇ ପୃଥକ୍ ସମବାୟ ସମୀକ୍ଷା ନିର୍ଦ୍ଦେଶାଳୟ ଗଠନ କରାଯାଇଥିଲା। ସେତେବେଳେ ଯୁକ୍ତି ଦିଆଯାଇଥିଲା ଯେ, ଯେହେତୁ କିଛି ନିୟନ୍ତ୍ରଣକାରୀ କ୍ଷମତା ରେଜିଷ୍ଟ୍ରାରଙ୍କ ହାତରେ ରହିଛି, ତେଣୁ ତାଙ୍କ ଦ୍ୱାରା ଅଡିଟ କରାଇବା ଉଚିତ୍ ନୁହେଁ।କିନ୍ତୁ ବର୍ତ୍ତମାନ ସ୍ଥିତିରେ ସମବାୟ ସମିତିର ବେତନଭୋଗୀ କର୍ମଚାରୀଙ୍କୁ ଅଡିଟ ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବାରୁ ଏହା ଉପରେ ପ୍ରଶ୍ନ ଉଠୁଛି।ଏହା ସହ RCS ଆସନରେ କୌଣସି Apex କର୍ମଚାରୀ, DRCS ଆସନରେ CCB Secretary ଏବଂ ARCS ଆସନରେ CCB Branch Manager ମାନଙ୍କୁ ଉପସ୍ଥାପନ କରିବା ପାଇଁ ସମବାୟ କର୍ମଚାରୀ ସଂଘ ଶୀଘ୍ର ଦାବି ଉଠାଇବା ଆବଶ୍ୟକ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।ସମ୍ପ୍ରତି ସ୍ଥିତିକୁ ଦୃଷ୍ଟିରେ ରଖି କେତେକ ମହଳରେ ଏହି ମତ ଆସୁଛି ଯେ, ସମବାୟ ଆଇନ ରାଜନୀତିରେ ବନ୍ଧା ପଡିଥିବାରୁ ସମବାୟ ର ମୂଳ ଉଦ୍ଦେଶ୍ୟ ପ୍ରଭାବିତ ହେଉଛି।କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଙ୍କ ଦିଗ ଦର୍ଶନ ରେ ଓଡ଼ିଶା ସମବାୟ ବ୍ୟବସ୍ଥାକୁ ସୁଦୃଢ ଏବଂ ପ୍ରାମାଣିକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହଳରୁ ଆହ୍ୱାନ ଜଣାଯାଇଛି।
