ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଚାଷୀମାନଙ୍କୁ ଠିକ୍ ସମୟରେ ଏବଂ ସୁବିଧାରେ ସାର ଯୋଗାଇଦେବାକୁ ଲକ୍ଷ୍ୟ କରି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସାରର ଉପଲବ୍ଧତା ସୁନିଶ୍ଚିତ କରିବା ସହ ସମବାୟ ସମିତି (PACS/LAMPCS) ମାଧ୍ୟମରେ ଏହାର ସ୍ୱଚ୍ଛ ଏବଂ ସମୟୋପଯୋଗୀ ବଣ୍ଟନ ଉପରେ ପ୍ରାଥମିକତା ଦିଆଯାଇଥିଲା।କୃଷି କାର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନ ହେବେ ବୋଲି ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ଓ ସଚେତନ ରହିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।ଜିଲ୍ଲାପାଳ ସମସ୍ତ ସଂପୃକ୍ତ ବିଭାଗକୁ ସମନ୍ୱୟରେ କାର୍ଯ୍ୟ କରି ଚାଷୀମାନଙ୍କ ହିତ ସୁନିଶ୍ଚିତ କରିବାକୁ ଆହ୍ୱାନ ଜଣାଇଥିଲେ।
