ବୌଦ୍ଧ: ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଜେନେରାଲ୍ ମ୍ୟାନେଜର, ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (OSAM Board) ବୌଦ୍ଧ ଜିଲ୍ଲାରେ ଗସ୍ତ କରି ନିୟନ୍ତ୍ରିତ ବଜାର କମିଟି ପରିଦର୍ଶନ କରିଥିଲେ।ଏହି ଅବସରରେ ସେ PACS ସମ୍ପାଦକମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ସମବାୟ ସମିତିମାନଙ୍କ ମାଧ୍ୟମରେ ଜନ ସେବା କେନ୍ଦ୍ର (CSC) ସେବାର ସମ୍ପ୍ରସାରଣ ଏବଂ ବ୍ୟବସାୟିକ ବିବିଧକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ତଦୁପରି, ବିଭିନ୍ନ କ୍ଷେତ୍ର ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଗୁଡ଼ିକୁ ଶତପ୍ରତିଶତ ହାସଲ କରିବା ପାଇଁ ସଂଘବଦ୍ଧ ଭାବେ କାମ କରିବାକୁ ଜେନେରାଲ୍ ମ୍ୟାନେଜର ସମ୍ପାଦକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେ ସମବାୟ ସଂସ୍ଥାମାନଙ୍କୁ ଗ୍ରାମ୍ୟ ଅଞ୍ଚଳରେ ସେବା ପ୍ରଦାନରେ ଅଧିକ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ।
