ଭୁବନେଶ୍ୱର: ରାଜ୍ୟ ସମବାୟ ୟୁନିଅନ ପରିସରରେ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସ (ମଧୁବାବୁ)ଙ୍କ ୧୭୮ତମ ଜନ୍ମଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସମବାୟ ସଂସ୍ଥାର ସଦସ୍ୟ ଓ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ରହି ମଧୁବାବୁଙ୍କ ଅମର ଅବଦାନକୁ ସ୍ମରଣ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟର ବରିଷ୍ଠ ସମବାୟ ବିଦ୍ୱାନ ଏବଂ ରାଜ୍ୟ ଆର୍ବନ ବ୍ୟାଙ୍କ ଫେଡେରେସନର ସଭାପତି ଶ୍ରୀ ମହେନ୍ଦ୍ର ନାୟକ ମହୋଦୟ ଯୋଗ ଦେଇଥିଲେ। ସେ ତାଙ୍କ ଉଦ୍ବୋଧନରେ ମଧୁବାବୁଙ୍କ ଓଡ଼ିଆ ଜାତି, ଭାଷା ଓ ସମାଜ ଗଠନରେ ଅପୂର୍ବ ଅବଦାନକୁ ଉଲ୍ଲେଖ କରି ସମବାୟ ଆନ୍ଦୋଳନରେ ତାଙ୍କ ଆଦର୍ଶ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ।ଏହି ଅବସରରେ ମଧୁବାବୁଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ତାଙ୍କ ଜୀବନୀ ଓ କୃତି ଉପରେ ଆଲୋଚନା କରାଯାଇଥିଲା। ସମସ୍ତେ ତାଙ୍କର ଆଦର୍ଶକୁ ଅନୁସରଣ କରି ସମାଜର ଉନ୍ନତି ପାଇଁ କାମ କରିବାକୁ ସଙ୍କଳ୍ପ ନେଇଥିଲେ।କାର୍ଯ୍ୟକ୍ରମଟି ସମବାୟ ମହଳରେ ଉତ୍ସାହ ଓ ଗୌରବର ପରିବେଶ ସୃଷ୍ଟି କରିଥିଲା।
