ନିମାପଡା:ସମବାୟ ବିଭାଗ ଏବଂ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (OSAM Board) ଙ୍କ ମାର୍ଗଦର୍ଶନରେ, ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି (RMC) ଅନ୍ତର୍ଗତ ନୂଆହାଟ ମାର୍କେଟରେ ପାନର ଖୋଲା ନିଲାମ ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି ସ୍ୱଚ୍ଛ ଓ ପ୍ରତିଯୋଗୀତା ମୂଳକ ନିଲାମ ପ୍ରକ୍ରିୟା ମାଧ୍ୟମରେ ପାନ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଉଚିତ୍ ଓ ଲାଭଜନକ ମୂଲ୍ୟ ପାଇପାରୁଛନ୍ତି। ସେହିପରି, ନିଲାମ ପରେ ତୁରନ୍ତ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥା କରାଯାଇଥିବାରୁ ଚାଷୀମାନଙ୍କର ଆର୍ଥିକ ସୁରକ୍ଷା ଓ ବିଶ୍ୱାସ ବଢ଼ିଛି।ଏହି ପଦକ୍ଷେପ ଦ୍ୱାରା ମଧ୍ୟସ୍ଥ ମାନଙ୍କ ଭୂମିକା କମିଥିବା ସହିତ ବଜାର ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଛି। ଏହା ପାନ ଚାଷୀମାନଙ୍କ ପାଇଁ ଏକ ନୂତନ ଆଶାର ସୃଷ୍ଟି କରିଥିବା ସହିତ ତାଙ୍କର ଆୟ ବୃଦ୍ଧିରେ ମୂଲ୍ୟବାନ ଭୂମିକା ନେଉଛି।ସମବାୟ ବିଭାଗ ଏବଂ OSAM Board ଦ୍ୱାରା ଏପରି କୃଷକଙ୍କ-ହିତ ପାଇଁ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି।
