କଟକ:କଟକ ଜିଲ୍ଲାପାଳ କଣ୍ହେଇପୁର ପ୍ୟାକ୍ସ (PACS) ରେ ସମୀକ୍ଷା ନିମନ୍ତେ ଦୌରା କରିଥିଲେ। ସେଠାରେ PPC (Paddy Procurement Centre) ଏବଂ ଅନ୍ୟାନ୍ୟ ଆଧାରଭୂତ ପ୍ରାଣାଳୀ ବିକାଶ କାମର ପ୍ରଗତି ନିକଟରୁ ଅବଲୋକନ କରିଥିଲେ।ଏହା ସହିତ, MKUY ଅଧୀନରେ ସ୍ଥାପିତ ଏଗ୍ରୋ ସର୍ଭିସ ସେଣ୍ଟର ସହିତ ବିଭିନ୍ନ କୃଷିମୂଳକ ପ୍ରୟାସମାନଙ୍କୁ ମଧ୍ୟ ସେ ମୂଲ୍ୟାଙ୍କନ କରିଥିଲେ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ ଚାଷୀମାନଙ୍କ ପାଇଁ ସୁବିଧା ବୃଦ୍ଧି, କୃଷି ସମର୍ଥନ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଏବଂ ସମବାୟ ଆନ୍ଦୋଳନକୁ ଆଗକୁ ବଢ଼ାଇବା ପ୍ରତି ପ୍ରଶାସନର ଦୃଢ ସଂକଳ୍ପ ପ୍ରକାଶ ପାଇଛି।ଏହି ଦୌରା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ସହିତ ଚାଷୀମାନଙ୍କ ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହେଉଛି।
