ଭୁବନେଶ୍ୱର:ରାଜ୍ୟ ସମବାୟ ୟୁନିଅନର ଡେପୁଟି ସେକ୍ରେଟାରୀ ଶ୍ରୀମତୀ ସୁନୀତା ପତି ( OCS ) ଙ୍କୁ ଆକ୍ରମଣ କରି ସୁନା ଚେନ ଲୁଟି ନେଇଥିବା ଘଟଣା ସହିଦ ନଗର ରେ ଚହଳ ସୃଷ୍ଟି କରିଛି lଘଟଣାଟି ଆଜି ଦିନ ୩.୫୦ ମିନିଟ ସମୟରେ ଘଟିଥିବା ସୂଚନା ମିଳିଛି lସୂତ୍ର ଅନୁସାରେ, ଶ୍ରୀମତୀ ପତି ୟୁନିଅନ କାର୍ଯ୍ୟାଳୟକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ସୁନା ଚେନ ଛିଣ୍ଡେଇ ନେଇଥିଲେ lଆକ୍ରମଣରେ ସେ ଆହତ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ପ୍ରଥମିକ ଚିକିତ୍ସା କରା ଯାଇଛି lଏହି ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି। ଏହି ଘଟଣା ଦିନ ସମୟ ରେ ବାୟାବାବା ଛକ ରେ ଘଟିଥିବାରୁ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି l
