ଭୁବନେଶ୍ୱର: ବେସରକାରୀ ବିଦ୍ୟାଳୟମାନଙ୍କରେ ଶିକ୍ଷା ଅଧିକାର ଆଇନ୍ (RTE) ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଆଜି ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇ ଜାଇଛି ।ଏହି ପର୍ଯ୍ୟାୟରେ ମୋଟ ୨୦,୩୭୭ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ, ତନ୍ମଧ୍ୟରୁ ୧୫,୬୨୪ ଜଣଙ୍କ ଆବେଦନ ବୈଧ ଘୋଷଣା କରାଯାଇଥିଲା। ଲଟେରୀ ପ୍ରକ୍ରିୟାରେ ୧୦,୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ଆବଣ୍ଟନ କରାଯାଇଛି।ବର୍ତ୍ତମାନ ସମ୍ପୃକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମାନେ ନିୟମିତ ଛାତ୍ରଛାତ୍ରୀଙ୍କର ତାଲିକା ସମ୍ପୃକ୍ତ ବିଦ୍ୟାଳୟମାନଙ୍କୁ ପ୍ରଦାନ କରିବେ। ଆସନ୍ତା ୧୮ ମଇ ୨୦୨୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ।ଏହି ନାମଲେଖା ପ୍ରକ୍ରିୟା ସଂପୂର୍ଣ୍ଣ ନିଃଶୁଳ୍କ ରହିବ। ଯଦି କୌଣସି ବିଦ୍ୟାଳୟ ଅଭିଭାବକଙ୍କ ଠାରୁ ଅର୍ଥ ଦାବି କରେ, ତେବେ ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜଣାଇଛନ୍ତି।ଆଜିର କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବାଳମୁକୁନ୍ଦ ଭୁୟାଁ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ମନୋରମା ଦାସ, ଓସେପା ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଙ୍ଗୀତା ବେହେରା, ଭୁବନେଶ୍ୱର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ରାଉତ, ବରିଷ୍ଠ ଓକିଲ ଶ୍ରୀ ନାଗାର୍ଜୁନ ସେଠୀ, ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ସଭାପତି ଶ୍ରୀ ଭୂମୋହନ ପଟ୍ଟନାୟକ, ଉପସଭାପତି ଶ୍ରୀ ସ୍ଵପ୍ନେନ୍ଦୁ ସାମନ୍ତରାୟ ଓ ସରସ୍ଵତୀ ଶିକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷ ମାନେ ଉପସ୍ଥିତ ଥିଲେ।
