ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ସହିଦନଗର ଅଞ୍ଚଳରେ ଦିନ ଦିପହରେ ଘଟିଥିବା ଆକ୍ରମଣ ଓ ସୁନା ଚେନ ଲୁଟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ରାଜ୍ୟ ସମବାୟ ୟୁନିଅନର Deputy Secretary ଶ୍ରୀମତୀ ସୁନୀତା ପତି (OCS) ଙ୍କୁ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ୩୦ ତାରିଖ ଦିନ ଅପରାହ୍ନ ପ୍ରାୟ ୩.୫୦ ମିନିଟ ସମୟରେ ସହିଦନଗର ମୁଖ୍ୟ ରାସ୍ତା, ବାୟାବାବା ଛକ ନିକଟରେ ଏହି ଘଟଣା ଘଟିଥିଲା। ଶ୍ରୀମତୀ ପତି ରାଜ୍ୟ ସମବାୟ ୟୁନିଅନ କାର୍ଯ୍ୟାଳୟକୁ ଯାଉଥିବା ବେଳେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ସୁନା ଚେନ ଛିଣ୍ଡେଇ ନେଇଥିଲେ।ଆକ୍ରମଣରେ ଶ୍ରୀମତୀ ପତି ଆହତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ପ୍ରଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।ଏହି ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଯାଇଥିବା ବେଳେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଦୁର୍ବୃତ୍ତ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଚେଷ୍ଟା ଜାରି ରହିଛି ଓ ଏହି ତଦନ୍ତକୁ ପୋଲିସ କମିଶନର ନିଜେ ତଦାରଖ କରୁଛନ୍ତି ବୋଲି ଜଣା ପଡ଼ିଛି ।ଦିନ ଦିପହର ସମୟରେ ଏପରି ଘଟଣା ଘଟିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି। “ରାଜଧାନୀରେ ମହିଳା କେତେ ସୁରକ୍ଷିତ?” ବୋଲି ପ୍ରଶ୍ନ ଉଠିଛି।ଏହା ସହିତ, ସମବାୟ ନିବନ୍ଦକ ଙ୍କ କାର୍ଯ୍ୟାଳୟରେ କାମ କରୁଥିବା OCS ଅଧିକାରୀ ଶ୍ରୀମତୀ ସୁନୀତା ପତିଙ୍କ ପାଇଁ ଯାତାୟାତ ସୁବିଧା କାହିଁକି ବ୍ୟବସ୍ଥା କରାଯାଇନଥିଲା, ତାହା ନେଇ ଏବେ ଆଲୋଚନା ହେଉଛି । ସମବାୟ ଵିଭାଗ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ମଧ୍ୟ ସବୁ ତଥ୍ଯ ବୁଝିବା ସହିତ ପୋଲିସ କମିଶନର ଙ୍କ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି ।ତଥ୍ୟ ଅନୁସାରେ, ଶ୍ରୀମତୀ ପତି ବର୍ତ୍ତମାନ ଦୁଇଟି ଦାୟିତ୍ୱ ପାଳନ କରୁଛନ୍ତି—ସମବାୟ ନିବନ୍ଦକଙ୍କ କାର୍ଯ୍ୟାଳୟ ସହ ରାଜ୍ୟ ସମବାୟ ୟୁନିଅନର ଉପ ସମ୍ପାଦକ ପଦରେ ।ଏହି ପରିସ୍ଥିତିରେ, ନିଖିଳ ଉତ୍କଳ ସମବାୟ ବିତ ସଂଘ ପକ୍ଷରୁ ଦାବି କରାଯାଇଛି ଯେ ସମବାୟ ବିଭାଗ ତୁରନ୍ତ ମହିଳା କର୍ମଚାରୀମାନଙ୍କ ପାଇଁ ସୁରକ୍ଷିତ କାମ ଓ ଅଫିସ ଯାତାୟାତ ପାଇଁ ଯଥୋଚିତ ଯାନବାହନ ବ୍ୟବସ୍ଥା କରନ୍ତୁ।
