କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ । ମୁଖ୍ୟମନ୍ତ୍ରୀ ମାଝୀ ନବ ନର୍ବାଚିତ ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ନବ ନିର୍ବାଚିତ ବିଧାୟକମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୨୦୧୧ ପରେ ବିଜେପି ପ୍ରଥମ ଥର ପାଇଁ ନିର୍ବାଚନରେ ୨୦୦ ଆସନ ପାର୍ କରିଛି । ଏକ ଅବିସ୍ମରଣୀୟ ଦିନ ହୋଇ ରହିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ବଙ୍ଗର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ବିକଶିତ ଭାରତ’ର ପରିକଳ୍ପନାରେ ପୂର୍ବ ଭାରତର ବିକାଶ ମହତ୍ୱପୂର୍ଣ୍ଣ । ତେଣୁ ପଶ୍ଚିମବଙ୍ଗର ବିଜୟ ସହିତ ଏହି ମିଶନ ସାକାର ହେବ । ବିଜୟ ସହିତ ଅଙ୍ଗ-ବଙ୍ଗ-କଳିଙ୍ଗ ସ୍ୱପ୍ନ ପୂରଣ ହୋଇଛି ।
