ନୂଆଦିଲ୍ଲୀ:ଆଜି ନୂଆଦିଲ୍ଲୀଠାରେ National Cooperative Union of India (NCUI) ର ବରିଷ୍ଠ କର୍ମଚାରୀ ଏବଂ President ଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ Ritesh Dey ଓ Assistant Director ଶ୍ରୀ Pankaj Gupta ଙ୍କ ସହ ଓଡିଶା ରାଜ୍ୟ ସମବାୟ ୟୁନିଅନର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଙ୍କ ସହିତ ଓଡିଶା ସାମ୍ପ୍ରତିକ ପରିସ୍ଥିତି, ସମବାୟ ଆନ୍ଦୋଳନର ସୁଦୃଢୀକରଣ ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଦୀର୍ଘ ସମୟ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।ଆଲୋଚନା ସମୟରେ ଓଡିଶାରେ ସମବାୟ କ୍ଷେତ୍ରର ଉନ୍ନତି, ସଦସ୍ୟ ସଚେତନତା, ପ୍ରଶିକ୍ଷଣ ବ୍ୟବସ୍ଥା, ସମବାୟ ସଂସ୍ଥାମାନଙ୍କର କାର୍ଯ୍ୟ କୁଶଳତା ବୃଦ୍ଧି ଏବଂ ଯୁବ ପିଢିଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡିବା ନେଇ ବିସ୍ତୃତ ମତ ବିନିମୟ ହୋଇଥିଲା ବୋଲି ଶ୍ରୀ ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି । ବିଶେଷକରି ସମବାୟ କ୍ଷେତ୍ରରେ ଜାତୀୟ ସ୍ତରରେ ଓଡିଶାର ଭୂମିକାକୁ ଆହୁରି ସକ୍ରିୟ କରିବା ପାଇଁ ବିଭିନ୍ନ ପଦକ୍ଷେପ କୁ ନେଇ ମଧ୍ୟ ଚର୍ଚ୍ଚା କରାଯାଇଥିଲା।ଏହି ଅବସରରେ ଶ୍ରୀ ରିତେଶ ଦେ ସୂଚନା ଦେଇଥିଲେ ଯେ, ସମବାୟ କ୍ଷେତ୍ରର ସୁଦୃଢ ବିକାଶ ଓ ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ଖୁବଶୀଘ୍ର ଏକ ବୃହତ୍ ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ସମବାୟ ପ୍ରତିନିଧି, ପ୍ରଶାସକ, ବିଶେଷଜ୍ଞ ଏବଂ ସଂଗଠନର ନେତୃତ୍ୱ ନେଉଥିବା ବ୍ୟକ୍ତି ମାନେ ଯୋଗଦେବେ। ଏହା ମାଧ୍ୟମରେ ସମବାୟ କ୍ଷେତ୍ରର ନୂତନ ନୀତି, ପ୍ରଶିକ୍ଷଣ, ପ୍ରଯୁକ୍ତି ବ୍ୟବହାର ଏବଂ ଆର୍ଥିକ ସୁଦୃଢତା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।ସେହିପରି NCUI ର PS (Personal) ଶ୍ରୀମତୀ Sunita Aswal ଙ୍କ ସହ ରାଜ୍ୟ ସମବାୟ ୟୁନିଅନ ର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ତାଲିମ ଓ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ସମବାୟ ସଂସ୍ଥାର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଶାସନିକ ଦକ୍ଷତା, ଆର୍ଥିକ ପରିଚାଳନା, ଆଇନଗତ ଜ୍ଞାନ ଏବଂ ସଂଗଠନ ପରିଚାଳନା ସମ୍ପର୍କରେ ସଚେତନ କରିବା ପାଇଁ ଖୁବଶୀଘ୍ର ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି NCUI ର ସିଇଓ ଶ୍ରୀ ଦାସ ଙ୍କୁ ସୂଚନା ଦେଇଥିଲେ।ଏହି ଆଲୋଚନାକୁ ସମବାୟ କ୍ଷେତ୍ର ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି। ଓଡିଶାରେ ସମବାୟ ଆନ୍ଦୋଳନକୁ ଆହୁରି ଗତିଶୀଳ ଓ ସଶକ୍ତ କରିବା ଦିଗରେ ଏହିପରି ଆଲୋଚନା ଏବଂ ସମନ୍ୱୟ ଆଗାମୀ ଦିନରେ ନୂତନ ଦିଗ ଦେଖାଇବ ବୋଲି ମତ ପ୍ରକାଶ ପାଇଛି।
