ନୂଆଦିଲ୍ଲୀ :ଆଜି କର୍ତ୍ତବ୍ୟ ଭବନ ଠାରେ ବିଜେଇମ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ସ୍କୁଲ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ ସଂଘ ର ସଭାପତି ଶ୍ରୀ ରଂଜନ କୁମାର ଦାସ ଶିକ୍ଷା ମନ୍ତ୍ରାଳୟରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ଅଭିଭାବକ ସଂଘ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ପାଠପଢ଼ାର ପରିବେଶ, ପ୍ରଶାସନିକ ବ୍ୟବସ୍ଥା, ଅଭିଭାବକମାନଙ୍କ ଅଭିଯୋଗର ସଠିକ୍ ସମାଧାନ ଓ ସ୍କୁଲ ପରିଚାଳନାରେ ସ୍ୱଚ୍ଛତା ରକ୍ଷା ସମ୍ପର୍କିତ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା।ସଂଘ ର ସଭାପତି ଶିକ୍ଷା ମନ୍ତ୍ରାଳୟର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ଯେ, ଅଭିଭାବକମାନଙ୍କ ଯୁକ୍ତିସଙ୍ଗତ ଦାବିଗୁଡ଼ିକୁ ଗୁରୁତ୍ୱ ସହ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉ। ବିଜେଇମ ସ୍କୁଲ ର ପରିଚାଳନା କମିଟି କୁ ମଣ୍ଡାଟୋରୀ ଡିସ କ୍ଲୋଜର ରେ ଭୁଲ ତଥ୍ଯ CBSE କୁ ଦେଇ ଥିବାରୁ ତୁରନ୍ତ CBSE ପକ୍ଷରୁ FIR କରିବା ପାଇଁ ଦାବି ହୋଇଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ର OSD ଶ୍ରୀ ଦୀପକ କୁମାର ଦାସ CBSE ଉଚ୍ଚ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇ ଥିବା ଜଣା ପଡ଼ିଛି ।ସ୍କୁଲ ଅଭିଭାବକ ସଂଘ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଶିକ୍ଷାର ଉନ୍ନତିକୁ ସର୍ବାଧିକ ପ୍ରାଥମିକତା ଦେଇ ଆମେ ଦାବି ଗୁଡ଼ିକୁ ଉପସ୍ଥାପିତ କରିଛୁ ।ଆଗାମୀ ଦିନରେ ଦୀର୍ଘ ର ବର୍ଷ ସ୍କୁଲ କୁ ନିଜ ପରିବାର ସମ୍ପତି ଭାବୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୁଦ୍ଧରେ ଲଢେଇ ଜାରି ରହିବ ବୋଲି ସଭାପତି ଶ୍ରୀ ରଂଜନ କୁମାର ଦାସ ଏକ ପ୍ରେସ ବିବୃତିରେ କହିଛନ୍ତି ।
