ମଧ୍ୟପ୍ରଦେଶ:ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିଯିବାର ଗୁଜବ ଶୁଣି ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଏହି ସମୟରେ ଅନ୍ୟ ଏକ ଟ୍ରାକରେ ପାତାଳକୋଟ ଏକ୍ସପ୍ରେସ ପାର୍ଶ୍ଵବର୍ତ୍ତୀ ଟ୍ରାକରେ ଆସୁଥିବା ବେଳେ ଅନେକ ଯାତ୍ରୀଙ୍କୁ ଧକ୍କା ଦେଇଥିଲା । ଟ୍ରେନରେ ଧକ୍କା ଦେବାରୁ ପ୍ରାୟ ଚାରି ଜଣ ପ୍ରାଣ ହରାଇଛନ୍ତି । ଘଟଣାଟି ମୋରେନାର ହେତମପୁର ଷ୍ଟେସନ ନିକଟରେ ଘଟିଥିବା ଜଣାପଡିଛି ।ସୂଚନା ଅନୁଯାୟୀ, ଦୁର୍ଘଟଣାଟି ମୋରେନାର ହେତମପୁର ଷ୍ଟେସନ ନିକଟରେ ଘଟିଥିଲା। ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ ରବିବାର ଅପରାହ୍ନ ୪ଟାରେ ମୋରେନାରୁ ଧୋଲପୁର ଅଭିମୁଖେ ଯାତ୍ରା କରିଥିଲା। ହେତମପୁର ଷ୍ଟେସନରେ ଥିବା ସମୟରେ ଟ୍ରେନରେ ନିଆଁ ଲାଗିଥିବା ଗୁଜବ ବ୍ୟାପିଥିଲା। ଅଗ୍ନିକାଣ୍ଡ ବିଷୟରେ ଶୁଣି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଯାହା ଫଳରେ ଭୟରେ ଲୋକମାନେ ଚିନ୍ତା ନକରି ଟ୍ରେନରୁ ଡେଇଁପଡ଼ିଥିଲେ ଏବଂ ଆସୁଥିବା ଟ୍ରେନ୍ ଟି ସେମାନଙ୍କୁ ପିଟି ଦେଇଥିଲା ।ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଏବଂ ରେଳ ପ୍ରଶାସନ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ପରେ ତିନି ଜଣ ମହିଳା ଏବଂ ଗୋଟିଏ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି l
