ଭୁବନେଶ୍ୱର:ସମବାୟ ବିଭାଗର ସମବାୟ ନିବନ୍ଧକ ଙ୍କ ପ୍ରକାଶିତ ପ୍ରାୟ ୮୦ ଜଣ କର୍ମଚାରୀଙ୍କ ବଦଳି ତାଲିକାକୁ ନେଇ ବିଭାଗୀୟ ମହଳରେ ଅନେକ ପ୍ରଶ୍ନ ଉଠିଛି। ବଦଳି ପାଇଁ କେଉଁ ନୀତି, କେଉଁ ମାପକାଠି ଏବଂ କେଉଁ ଆଧାରକୁ ଅନୁସରଣ କରାଯାଇଛି, ତାହା ସ୍ପଷ୍ଟ କରିବାକୁ ଦାବି ହେଉଛି।ସମ୍ପୃକ୍ତ ମହଳର ପ୍ରଶ୍ନ, କେତେକ ଅଧିକାରୀ ଓ କର୍ମଚାରୀ ଦୀର୍ଘ ବର୍ଷ ଧରି ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଭଳି ପସନ୍ଦର ସ୍ଥାନରେ ରହିଥିବା ବେଳେ ଅନ୍ୟମାନଙ୍କୁ ଦୂର ଜିଲ୍ଲାକୁ ପଠାଯାଇଛି। ଏହି ବଦଳି ପ୍ରକ୍ରିୟାରେ ସମାନ ନୀତି ପାଳନ ହୋଇଛି କି ନାହିଁ, ତାହା ଏବେ ରାଜଧାନୀ ରେ ଚର୍ଚ୍ଚାର ବିଷୟ ହୋଇଛି।ଉଦାହରଣ ସ୍ୱରୂପ, ନିହାରିକା ମଲ୍ଲିକ କଟକକୁ ପ୍ରାୟ ଏକ ବର୍ଷ ପୂର୍ବରୁ ଯାଇଥିବା ବେଳେ ପୁଣି ଭୁବନେଶ୍ୱରକୁ ଫେରିଛନ୍ତି। ତାଙ୍କର ପୂର୍ବରୁ ଭୁବନେଶ୍ୱରରେ ଦୀର୍ଘ ୧୧ ବର୍ଷ

କାର୍ଯ୍ୟକାଳ ଥିବା କଥା ଆଲୋଚନା ହେଉଛି। ସେହିପରି ପ୍ରଭାସ ମଲ୍ଲିକ ପୁରୀରେ ମାତ୍ର ଏକ ବର୍ଷ ରହିବା ପରେ ଭୁବନେଶ୍ୱରକୁ ଫେରିଥିବା ବେଳେ ଖୋର୍ଦ୍ଧା ଓ କଟକରେ ମଧ୍ୟ ଦୀର୍ଘ କାର୍ଯ୍ୟକାଳ କଟାଇ ଥିବା ଚର୍ଚ୍ଚା ହେଉଛି। ଦିବ୍ୟ ରଞ୍ଜନ ପ୍ରଧାନ ୨୦୧୯ ମସିହାରୁ ଭୁବନେଶ୍ୱରରେ କାର୍ଯ୍ୟରତ ଥିବା ସତ୍ତ୍ୱେ ତାଙ୍କ ବଦଳି ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଏପରି ଆହୁରି 22 ଜଣ ଙ୍କ ମାମଲାର ତାଲିକା ସାମ୍ନାକୁ ଆସିବ ବୋଲି କୁହାଯାଉଛି। ସମ୍ପୃକ୍ତ ମହଳର ଅଭିଯୋଗ ଯେ, ବଦଳି ନୀତିର ସ୍ୱଚ୍ଛତା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି ଏବଂ ସମସ୍ତ ବଦଳି ଆଦେଶର ଆଧାର ସାର୍ବଜନୀନ କରାଯିବା ଉଚିତ।କେତେକ ମହଳରେ ଏହି ବଦଳି ତାଲିକାକୁ ନେଇ ଆର୍ଥିକ ଅନିୟମିତତାର ଅଭିଯୋଗ ଉଠିଛି ।ଅଭିଯୋଗ ଗୁଡ଼ିକର ସତ୍ୟତା ଏବେ ଧୀରେ ଧୀରେ ସାମ୍ନା କୁ ଆସୁଛି ।ତେଣୁ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏକ ନିରପେକ୍ଷ ଭିଜିଲାନ୍ସ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି।ବଦଳିର ମାପକାଠି କଣ ? କାହାକୁ କେଉଁ ଆଧାରରେ ଛାଡ଼ ଦିଆଗଲା? ଏବଂ ସମସ୍ତଙ୍କ ପାଇଁ ସମାନ ନୀତି ଲାଗୁ ହୋଇଛି କି?” — ଏହି ପ୍ରଶ୍ନର ଉତ୍ତର ସମ୍ପୃକ୍ତ ଭକ୍ତ ବନ୍ଧୁ ସାହୁ ସାର୍ବଜନୀନ ଭାବେ ଉତର ଦିଅନ୍ତୁ ବୋଲି ଦାବି ହୋଇଛି।
