ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ପୂର୍ବ ଜନ୍ମର କର୍ମଫଳ ପାଇଁ ଭିନ୍ନକ୍ଷମ ଶିଶୁ ଭାବେ ଜନ୍ମ ମନ୍ତବ୍ୟକୁ ନିନ୍ଦା କଲେ ମନ୍ତ୍ରୀ । ମୁଁ ଏହି କଥାକୁ ଗ୍ରହଣ କରି ପାରୁନି । ପ୍ରେରିତ କରି ସମାଜରେ ସମ୍ମାନଜନକ ଭାବେ ବଞ୍ଚିବାକୁ ଦେବା ଉଚିତ୍ । ସାଧାରଣ ଲୋକଙ୍କ ଭଳି କିପରି ଜୀବନ ଯାପନ କରିବେ ତାହା କରିବା କଥା । ସେମାନନଙ୍କୁ ସହାନୁଭୂତି ଦେଖାଇବା କଥା । ଏଭଳି ମନ୍ତବ୍ୟ ଦେବା ଠିକ୍ ନୁହେଁ । ଅଚ୍ୟୁତ ସାମନ୍ତଙ୍କ ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାନକ ବୋଲି କହିଲେ ପ୍ରଫେସର ପ୍ରତାପ ରଥ । ଏଭଳି ମନ୍ତବ୍ୟ ସମ୍ବିଧାନ ବିରୋଧୀ, ଧର୍ତ୍ତବ୍ୟ ଅପରାଧ ଏବଂ ନିହାତି ଅରୁଚିକର । ପୂର୍ବ ଜନ୍ମ, ପର ଜନ୍ମ ବୋଲି କିଛି ନାହିଁ । ଓପନ ଲର୍ଣ୍ଣିଂ ଜରିଆରେ ୪୦ ବର୍ଷ ହେଲା ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରୁଛି । ଯିଏ ଏପରି ଅରୁଚିକର ମନ୍ତବ୍ୟ ଦେଉଛି, ତାଙ୍କୁ ମୁଁ ଶିକ୍ଷାବିତ କହି ପାରିବି ନାହିଁ । ପିଲାମାନଙ୍କ ପାଇଁ ସ୍କୁଲ କରି ଏପରି ଅରୁଚିକର ମନ୍ତବ୍ୟ ଦେବା ଧର୍ତ୍ତବ୍ୟ ଅପରାଧ । ପ୍ରତ୍ୟେକଙ୍କୁ ଆତ୍ମ ସମ୍ମାନର ସହ ବଞ୍ଚିବା ପାଇଁ ସମ୍ବିଧାନ ଅଧିକାର ଦେଇଛି । କୌଣସି ବାପା ମାଆ ଏପରି ଅରୁଚିକର ମନ୍ତବ୍ୟକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ।
