ଭୁବନେଶ୍ୱର: ପୂର୍ବତଟ ରେଳ ପଥରେ ସାମିଲ ହୋଇଛି ଏଆଇ ରୋବଟ୍ ‘ଅର୍ଜୁନ’। ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ, ବରିଷ୍ଠ ରେଳ ଅଧିକାରୀ ଏବଂ ରେଳ ସୁରକ୍ଷା ବଳ (RPF) ଅଧିକାରୀଙ୍କ ଉପସ୍ଥିତିରେ AI ଚାଳିତ ରୋବୋଟିକ୍ ସୁରକ୍ଷା ପ୍ଲାଟଫର୍ମ ଡି.ଏସ.ସି ଅର୍ଜୁନ ଉନ୍ମୋଚିତ ହୋଇଥିଲା । ଡି.ଏସ.ସି ଅର୍ଜୁନର ସମ୍ପୂର୍ଣ୍ଣ ନାମ ‘”ଡେଡିକେଟେଡ୍ ସିକ୍ୟୁରିଟି ଚେସିସ୍ ଆଡଭାନ୍ସଡ୍ ରେଲୱେ ଜଙ୍କସନ୍ ଅଣ୍ଡର ନେଟୱାର୍କ ସକ୍ଷମ ସର୍ବେକ୍ଷଣ” । ଡି.ଏସ.ସି ଅର୍ଜୁନରେ ୭ଟି ୩୬୦ ଡିଗ୍ରୀ କ୍ୟାମେରା ଲାଗିଛି । ଏହା ୪୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ପୁରୀ ରେଲୱେ ଷ୍ଟେସନରେ ଏହାକୁ ନିଯୁକ୍ତ କରାଯିବ । ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ ରଖାଯିବ । ସୁରକ୍ଷା, ସଚେତନତା ଓ ପର୍ଯ୍ୟବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ରେଲୱେ ଟ୍ରାକକୁ ଯାଉଥିବା ଯାତ୍ରୀ, ଆପତ୍ତକାଳୀନ ପରିସ୍ଥିତି କିମ୍ବା ନିଆଁ ଲାଗିଲେ, ଟ୍ରେନ ଆଗମନର ସୂଚନା ଦେବ । ବିଶେଷ କରି ଫେସ୍ ଡିଟେକ୍ସନ୍ ସିଷ୍ଟମ୍ ଦ୍ୱାରା ଅପରାଧୀଙ୍କ ଉପରେ ନଜର ରଖିପାରିବ ।
