ଭୁବନେଶ୍ୱର:ଆଜି ବି ଚାଲିପାରିନି ବିଧାନସଭା। ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ଗୃହ ମଧ୍ୟରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ନାରାବାଜି କରିଛନ୍ତି। ସେପଟେ ଆଜି ଗୃହ ରେ ୨୦୨୬-୨୭ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିୟୋଜନ ବିଭାଗ ର ପ୍ରଶ୍ନ କାଳ ରହିଛି । ଏସସିବି ଅଗ୍ନିକାଣ୍ଡ ଘଟଣା କୁ ନେଇ ବିରୋଧୀ ୧୭ ତାରିଖ ରୁ ପ୍ରତିବାଦ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ଦାବିକରି ଆସୁଛନ୍ତି। ଯାହାକୁ ନେଇ ବିଧାନସଭା ରେ ଅଚଳାବସ୍ଥା ଜାରି ରହିଛି ।
