ଭୁବନେଶ୍ୱର:ରଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ତ୍ରୀ କୁ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି lସୂଚନା ଅନୁଯାୟୀ ରଜ ପର୍ବ ପାଇଁ ନୂଆ ପୋଷାକ ଏବଂ ଅନ୍ୟାନ୍ୟ ସଜବାଜ ସାମଗ୍ରୀ କିଣାକିଣି କରିବାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ ବଚସା ଆରମ୍ଭ ହୋଇଥିଲା। ସ୍ୱାମୀ ଜଣକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବାରୁ ସାମାନ୍ୟ କଥାରୁ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ରାଗ ସୀମା ପାର ହେବା ପରେ, ସ୍ୱାମୀ ଘରେ ଥିବା ଏକ ଧାରୁଆ କଟୁରୀ ଆଣି ହଠାତ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ।ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ବେଶ ଗୁରୁତର ଥିବା ଜଣାପଡ଼ିଛି l
