ଭୁବନେଶ୍ୱର:ଆଜି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ରାମେଶ୍ବର ଲୀଳା ଶେଷ କରି ସ୍ୱର୍ଣ୍ଣାଚଳ ପ୍ରତ୍ୟାବର୍ତ୍ତନ କରିବେ । ରୁକୁଣା ରଥ ଅଣଲେଉଟା ହୋଇଥିବାରୁ ରଥର ମୋଡ଼ ନ କରାଯାଇ ସିଂହାସନ, ସାରଥୀ ଓ ଅଶ୍ଵ ପରିବର୍ତ୍ତିତ ହୁଅନ୍ତି। ଆଜିର ବାହୁଡ଼ା ନୀତିକାନ୍ତି -ମଙ୍ଗଳ ଆଳତି ଓ ଅବକାଶ – ଭୋର ୫ ଟାରୁ ୫.୩୦ ମିନିଟ୍, ରୋଷ ହୋମ ଓ ପାକ କାର୍ଯ୍ୟ ୫.୩୦ରୁ ୬ଟା,ସାହାଣ ମେଲା ଦର୍ଶନ ସକାଳ ୬ ଟାରୁ ୮ଟା,ଛାମୁ ପରିଷ୍କାର ୮ଟାରୁ ୮.୩୦. ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା ୮ ୩୦ ରୁ ୯.୩୦, ଶ୍ରୀଜିଉଙ୍କ ବଲ୍ଲଭ, ଭୁବନେଶ୍ଵରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ୯ ୩୦ ରୁ ୧୦:୩୦, ଭୋଗ ମଣ୍ଡପ ୧୦:୩୦ ରୁ ୧୧.୩୦, ମୁଖ୍ୟ ମନ୍ଦିରରୁ ସେବାୟତମାନେ ରାମେଶ୍ଵର ମନ୍ଦିରରେ ପହଞ୍ଚିବା ପାଇଁ ୧୧.୩୦ ରୁ ମଧ୍ୟାହ୍ନ ୧୨ଟା,ଅଧର ପଣା ପୂଜା ୧୨ ଟାରୁ ଅପରାହ୍ନ ୧ ଟା,ପହଣ୍ଡି ଅପରାହ୍ନ ୧ଟାରୁ ୧.୪୫ ମିନିଟ୍, ଘୋଡ଼ାବନ୍ଧା ଓ ରଥଚାରମାଳ ଖୋଲା ୧ଟା ୪୫ରୁ ୨ଟା ୩୦, ରଥଟଣା ୨ଟା ୩୦ ହେବ।
